28.9 C
Bhubaneswar
Tuesday, June 16, 2026
Homeଓଡିଶାପ୍ରକାଶ ପାଇଲା ଓପିଏସସି ରେଜଲ୍ଟ

ପ୍ରକାଶ ପାଇଲା ଓପିଏସସି ରେଜଲ୍ଟ

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଓଡ଼ିଶା ସିଭିଲ ସର୍ଭିସ-୨୦୨୩ ପରୀକ୍ଷାର ଫଳ ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ ପ୍ରିୟାଂଶୁ ପାଲ ଶୀର୍ଷ ସ୍ଥାନ ଦଖଲ କରିଥିବା ବେଳେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଜଣେ ମହିଳା ପରୀକ୍ଷାର୍ଥୀ ଅଛନ୍ତି।

ଶ୍ରେଷ୍ଠ ୧୦ ଜଣ ପରୀକ୍ଷାର୍ଥୀ-
-ପ୍ରିୟାଂଶୁ ପାଲ
-ଅନନ୍ୟା ମିଶ୍ର
-ଶୋଭନ ପଟ୍ଟନାୟକ
-ମିର୍ଜା ଫାଇଜ ଅହମଦ କ୍ୟୁରେସି
-ଚିନ୍ମୟ ସାହୁ
-ଅନ୍ତିମ ସ୍ବାଇଁ
-ଶୈଳେଶ କୁମାର ଭୋଇ
-ମହମ୍ମଦ ନାଜିଫ ହାତିଫ
-ଚିନ୍ମୟ କୁମାର ପାଢ଼ୀ
-ମିଲନ ମହାପାତ୍ର

ସୂଚନାଯୋଗ୍ୟ, ଓପିଏସ୍‌ସି ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (ଓସିଏସ୍‌) ପରୀକ୍ଷା ୨୦୨୩ର ମୁଖ୍ୟ ପରୀକ୍ଷା ୨୦୨୫ ଏପ୍ରିଲ ୧୯, ୨୦, ୨୨, ୨୪, ୨୭ ଓ ମେ’ ମାସ ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking