ପୁରୀ : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକରେ ବିଏଲଓ ଅମୀୟ ରଂଜନ ମହାନ୍ତିଙ୍କ ଅକସ୍ମାତ ମୃତ୍ୟୁ ଘଟିଛି । ସେ ନିମାପଡ଼ା ବ୍ଲକ ଭାଟବନ୍ଧ ଉଚ୍ଚ ବିଦ୍ୟାଳୟରେ ପାର୍ଟ ଟାଇମ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ ଏବଂ ସହିତେ ବିଏଲଓ ଭାବେ ଜନଗଣନା କାର୍ଯ୍ୟରେ ମଧ୍ୟ ନିଯୁକ୍ତ ଥିଲେ । ସୂଚନା ଅନୁଯାୟୀ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତାଙ୍କର ହଠାତ୍ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ନିମାପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସହକର୍ମୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପରିବାର ଓ ସମ୍ପର୍କୀୟମାନେ ମଧ୍ୟ ଶୋକାକୁଳ ଅବସ୍ଥାରେ ଅଛନ୍ତି । ପ୍ରଶାସନ ପକ୍ଷରୁ ଆଗାମୀ କାର୍ଯ୍ୟବିଧି ଓ ମୃତ୍ୟୁର କାରଣ ସମ୍ପର୍କରେ ଅଧିକ ସୂଚନା ଆସିବାକୁ ଅପେକ୍ଷା କରାଯାଇଛି ।










