27.3 C
Bhubaneswar
Thursday, June 11, 2026
Homeଓଡିଶାଅଜଣା ଗାଡି ଧକ୍କାରେ ଯୁବକ ମୃତ

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ବଲାଙ୍ଗୀର: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହର ମାଛ ବଜାର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍‌କୁ ଏକ ୪ଚକିଆ ଗାଡ଼ି ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ବାଇକ୍‌ରେ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।ମୃତକ ଜଣକ ହେଲେ ନୂଆପଡା ଜିଲା ବଡ ମହେଶ୍ୱର ଗାଁର ନକୁଳ ବନଛୋର ଓ ଗୁରୁତର ବ୍ୟକ୍ତି ନୂତନ କହରିଆ ବୋଲି ଜଣା ପଡିଛି । ଦୁର୍ଘଟଣା ପରେ ସେହି ରାସ୍ତାରେ ଯାଉଥିବା ଆଉ ଏକ ଗାଡ଼ି ଦୁର୍ଘଟଣା ସ୍ଥଳରୁ ଗୁରୁତରଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତର ଖାନା ଆଣିଥିଲେ । ତେବେ ଘଟଣାସ୍ଥଳରେ ନକୁଳ ବନଛୋରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣାର ଖବର ପାଇ କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଧକ୍କା ଦେଇ ଫେରାର ହୋଇଥିବା ଅଜଣା ଗାଡ଼ିକୁ ଧରିବା ପାଇଁ ସନ୍ଧାନ ଜାରି ରହିଛି । ଦୁର୍ଘଟଣା ପରେ ପରିବାର ଲୋକେ ଓ ଗାଁ ଲୋକମାନେ କ୍ଷତିପୂରଣ ଦାବି ନେଇ କଣ୍ଟାବାଞ୍ଜି ଥାନା ସମ୍ମୁଖ ରାସ୍ତାରେ ଶବ ରଖି ରାସ୍ତା ଅବରୋଧ କରିଥିଲେ । ମୃତ ନକୁଳ ଘରର ଏକମାତ୍ର ପୁଅ ହୋଇଥିବା ଯୋଗୁଁ ସେ ପରିବାର ଚଳାଉଥିଲେ। ତେଣୁ ପରିବାର ବର୍ଗଙ୍କୁ ସରକାରଙ୍କ ପକ୍ଷରୁ କ୍ଷତି ପୂରଣ ଦେବାପାଇଁ ଦାବି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking