28.9 C
Bhubaneswar
Tuesday, June 16, 2026
Homeଦେଶ ବିଦେଶଏପ୍ରିଲରୁ ଡିଜିଟାଲ ପେମେଣ୍ଟର ନୂଆ ନିୟମ

ଏପ୍ରିଲରୁ ଡିଜିଟାଲ ପେମେଣ୍ଟର ନୂଆ ନିୟମ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଏପ୍ରିଲରୁ ଡିଜିଟାଲ ପେମେଣ୍ଟ ପ୍ରମାଣୀକରଣ  ପାଇଁ  ନୂଆ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି ।  ବର୍ତ୍ତମାନ  ସମୟରେ ମୋବାଇଲ ନମ୍ବରରେ ଏସଏମଏସ ଜରିଆରେ ଆସୁଥିବା ୱାନ ଟାଇମ ପାସୱାର୍ଡ ଦେଇ ଗ୍ରାହକମାନେ ପେମେଣ୍ଟ କରିପାରୁଛନ୍ତି। କିନ୍ତୁ ଆସନ୍ତା ବର୍ଷରୁ ଦୁଇ ପ୍ରକାର ପ୍ରମାଣୀକରଣ ବ୍ୟବସ୍ଥା ଲାଗୁ ହେବ।ସାଇବର ଠକେଇରୁ ଲୋକମାନଙ୍କୁ ସୁରକ୍ଷା ଦେବା ଲାଗି ଏହି ବ୍ୟବସ୍ଥା କରାଯାଉଛି । ନୂଆ ବ୍ୟବସ୍ଥାରେବ୍ୟବହାରକାରୀମାନେ ଜାଣିଥିବା ପାସୱାର୍ଡ ଏସଏମଏସ ଆଧାରିତ ଓଟିପି, ପିନ, ପାସଫ୍ରେଜ, କାର୍ଡ ହାର୍ଡୱେର, ସଫ୍ଟୱେର ଟୋକନ,ଫିଙ୍ଗରପ୍ରିଣ୍ଟ କିମ୍ବା ଅନ୍ୟ ଯେ କୌଣସି ପ୍ରକାରର ବାୟୋମେଟ୍ରିକ ତଥ୍ୟ ବ୍ୟବହାର କରିପାରିବେ। ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ ଭାବେ ଜଣାଇଛି ଯେ ଦୁଇ କାରକ ଆଧାରିତ  ପ୍ରମାଣୀକରଣ ବାଧ୍ୟତାମୂଳକ ରହିବ ଏବଂ ଏସଏମଏସ ଆଧାରିତ ଓଟିପିକୁ ବ୍ୟବହାର କରାଯାଇପାରିବ। ୨୦୨୪ ଫେବୃଆରୀରେ  ରିଜର୍ଭ ବ୍ୟାଙ୍କ ଏ ଦିଗରେ ପ୍ରଥମ ପଦକ୍ଷେପ ନେଇଥିଲା। ନୂଆ ନିୟମରେ ପ୍ରଥମ ପ୍ରମାଣୀକରଣକୁ ପରିଚୟ ଏବଂ ଦ୍ୱିତୀୟ କାରବାର  ସମ୍ପର୍କିତ ପ୍ରମାଣୀକରଣ ଭାବେ ବ୍ୟବହାର କରାଯିବ। ଦୁଇ କାରକ ଆଧାରିତ ପ୍ରମାଣୀକରଣ ବ୍ୟବସ୍ଥା ଲାଗୁ ନଥିବା ସଂସ୍ଥା ଗ୍ରାହକଙ୍କ କ୍ଷତି ହେଲେ ତାଙ୍କୁ କ୍ଷତିପୂରଣ ଦେବାକୁ ବାଧ୍ୟ ହେବେ ବୋଲି ରିଜର୍ଭ ବ୍ୟାଙ୍କ  କହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking