37.1 C
Bhubaneswar
Thursday, March 12, 2026
Homeଓଡିଶାପ୍ରଧାନମନ୍ତ୍ରୀଙ୍କ ପାଇଁ ତାଳଚେର ମେଡିକାଲ କଲେଜର ସ୍ୱପ୍ନ ପୂରଣ ହୋଇଛି - ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀଙ୍କ ପାଇଁ ତାଳଚେର ମେଡିକାଲ କଲେଜର ସ୍ୱପ୍ନ ପୂରଣ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ

ତାଳଚେର: ଅନୁଗୋଳ ଜିଲ୍ଲା ତାଳଚେର ପବିତ୍ର ମୋହନ ସରକାରୀ ମେଡିକାଲ କଲେଜ ଚଳିତ ଶିକ୍ଷାବର୍ଷରୁ ୧୦୦ଟି ଏମବିବିଏସ ସିଟ୍ ନାମ ଲେଖାଇବା ପାଇଁ ‘ଜାତୀୟ ମେଡିକାଲ କମିଶନ’ ମଞ୍ଜୁରୀ ଦେବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଗୋଳ ଜିଲ୍ଲାରେ ବହୁ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି । ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଜିଲ୍ଲାରେ ମେଡିକାଲର ସ୍ୱପ୍ନ ପୂରଣ ହୋଇପାରିଛି । ନିକଟରେ ରାଜ୍ୟ ସରକାରଙ୍କ ଆବେଦନ କ୍ରମେ ଏହି ମେଡିକାଲ କଲେଜରେ ୨୦୨୫-୨୬ ଶିକ୍ଷାବର୍ଷରୁ ୧୦୦ଟି ଏମବିବିଏସ ସିଟ୍ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିବାକୁ ଜାତୀୟ ମେଡିକାଲ କମିଶନ ମଞ୍ଜୁରୀ ଦେଇଛନ୍ତି, ଯାହା ଖୁସିର ବିଷୟ ।

ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏମସିଏଲ ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ପାଇଁ ୧୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି । ପୁରୁଣା ତାଳଚେର ନେହେରୁ ଶତାବ୍ଦୀ ହସ୍ପିଟାଲକୁ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମକରଣ କରାଯାଇ ଏହି ମେଡିକାଲକୁ ବିକଶିତ କରାଯାଇଛି । ଏହା ଜିଲ୍ଲା ଓ ରାଜ୍ୟ ପାଇଁ ଡବଲ ଇଞ୍ଜିନ ସରକାର ବହୁତ ବଡ଼ ଉପଲବ୍ଧି । ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ଦ୍ୱାରା ତାଳଚେର ସମେତ ଅନୁଗୋଳ ଓ ଆଖପାଖ ଜିଲ୍ଲାର ଲୋକମାନେ ବିଶେଷ ଭାବରେ ଉପକୃତ ହେବେ । ଏହି ନିର୍ଣ୍ଣୟ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଗସ୍ତକାଳରେ ଶ୍ରୀ ପ୍ରଧାନଙ୍କୁ ତାଳଚେର ମେଡିକାଲ କଲେଜର ସ୍ୱପ୍ନ ପୂରଣ କରିବା ପାଇଁ ପ୍ରଚେଷ୍ଟା କରିଥିବାରୁ ସ୍ଥାନୀୟ ଜନସାଧାରଣ ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking