ଭୁବନେଶ୍ୱର: କନଷ୍ଟେବଲ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ବାଲିଅନ୍ତା ପୋଲିସକୁ ହସ୍ତାନ୍ତର କରାଯାଇଛି । ଆଜି କ୍ରାଇମବ୍ରାଞ୍ଚ ଟିମ ତଦନ୍ତ ଜାରି ରଖିଛନ୍ତି । ସୌମ୍ୟଙ୍କ ସାଙ୍ଗ ଓମ ପ୍ରକାଶକୁ ପଚରା ଉଚରା କରିବା ସହ ପରିବାର କୁ ପଚରା ଉଚରା କରୁଛନ୍ତି । ବାଲିଅନ୍ତା ଥାନାର ୪ ପୋଲିସଙ୍କୁ ସସପେଣ୍ଡ କରାଯାଇଛି । ଡିଜିପି ମଧ୍ୟ ଆକ୍ସନ ମୋଡରେ ରହିଛନ୍ତି । କମିଶନରେଟ ପୋଲିସର ସମସ୍ତ ଆଇଆଇସିଙ୍କୁ ନେଇ ବୈଠକ କରାଯାଇଛି । ବୈଠକରେ ଡିଜିପିଙ୍କ ସମେତ ସିପି, ଆଡିସନାଲ ଓ ଡିସିପି ଉପସ୍ଥିତ ଅଛନ୍ତି । ବାଲିଅନ୍ତା ଘଟଣା ପରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସମୀକ୍ଷା କରାଯାଉଛି ।










