25.1 C
Bhubaneswar
Sunday, May 10, 2026
Homeଓଡିଶା୧୫ ହଜାର ଟଙ୍କାରେ ୪ ବର୍ଷର ଝିଅକୁ ବିକି ଦେଲେ ଦମ୍ପତ୍ତି

୧୫ ହଜାର ଟଙ୍କାରେ ୪ ବର୍ଷର ଝିଅକୁ ବିକି ଦେଲେ ଦମ୍ପତ୍ତି

ଭଦ୍ରକ : ୧୫ ହଜାର ଟଙ୍କାରେ ୪ ବର୍ଷର ଝିଅକୁ ବିକି ଦେଲେ ଦମ୍ପତ୍ତି । ଏଭଳି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଗୁମୁଗଡ ଛକ ନିକଟ ଡମଆଡ଼ି ଅଞ୍ଚଳରୁ। ଅଭାବ ଅନଟନରେ ପଡ଼ି ଜଣେ ଦମ୍ପତି ନିଜ ୪ ବର୍ଷର ଝିଅକୁ ୧୫ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି।ଖବର ଅନୁଯାୟୀ, ଧାମନଗର ଥାନା ଅଧୀନ ଡମ ଆଡ଼ିରେ ରହୁଥିବା ବନ୍ଧୁଆ ମୁଣ୍ଡା ଓ ତାଙ୍କ ସ୍ତ୍ରୀ କାଳୀ ମୁଣ୍ଡା ନିଜ ସାନ ଝିଅକୁ ବାଲେଶ୍ୱରର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିବା ସ୍ୱୀକାର କରିଛନ୍ତି।

ଗତ ଶୁକ୍ରବାର ପଡ଼ୋଶୀ ଘରେ ଏକ ପୂଜା କାର୍ଯ୍ୟକ୍ରମ ଥିବାରୁ ବାଲେଶ୍ୱରରୁ ଦୁଇ ଜଣ ବ୍ୟକ୍ତି ଆସିଥିଲେ । ସେଠାରେ ଶିଶୁଟିକୁ ବିକ୍ରି କରି ଦେଇଥିବା ସ୍ବୀକାର କରିଛନ୍ତି । ପୂର୍ବରୁ ୫ ହଜାର ଟଙ୍କା ନେଇଥିବା ବେଳେ ବିକ୍ରି ବେଳେ ଆଉ ୧୦ ହଜାର ଟଙ୍କା ନେଇଛନ୍ତି । ଏହି ଟଙ୍କାରେ ମା କାଳୀ ମୁଣ୍ଡା ୧ ହଜାର ଟଙ୍କାର ଜୋତା ଓ ଖାଇବା ଜିନିଷ କିଣିଦେଇଥିବା ବେଳେ ଅନ୍ୟ ଟଙ୍କା ଜଣେ ପଡ଼ୋଶୀକୁ ରଖିବା ପାଇଁ ଦେଇଥିବା କହିଛନ୍ତି । ଖବର ଜଣାପଡ଼ିବା ପରେ ଶିଶୁକୁ ଉଦ୍ଧାର ପାଇଁ ଶିଶୁ ସୁରକ୍ଷା ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଚାଇଲ୍ଡ ଲାଇନ୍ ଓ ଶିଶୁ ସୁରକ୍ଷା ବିଭାଗର ଟିମ୍ ଶିଶୁ କୁ ଉଦ୍ଧାର ପାଇଁ ଯାଇଛନ୍ତି। ଏଥିସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking