ଉଦଳା: ପୁଣି ମନ୍ଦିରକୁ ଲୁଟେରାଙ୍କ ଟାର୍ଗେଟ । ମନ୍ଦିରରୁ ଲୁଟ । ଲୁଟିନେଲେ ଦାନ ଟଙ୍କା ଓ ଠାକୁରଙ୍କ ସୁନା ରୂପା ଅଳଙ୍କାର । ଉଦଳା ଥାନା ଶ୍ମଶାନ କାଳୀ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଲୁଟ । ଉଦଳା ପୋଲିସ ତଦନ୍ତ ଆରମ୍ଭ । ହୁଣ୍ଡି ବାକ୍ସ ଭାଙ୍ଗି ଲୁଟିନେଲେ ଦାନ ଅର୍ଥ, ମା ଙ୍କ ର ଦୁଇ ରୂପା ମୁକୁଟ, ସୁନା ଅଳଙ୍କାର ଲୁଟ। ପ୍ରାୟ ୩୦ ହଜାର ଟଙ୍କାର ଦାନ ଅର୍ଥ ଲୁଟ କରିଥିବା ଅଭିଯୋଗ । ସକାଳେ ପୂଜାରୀ ମନ୍ଦିରକୁ ଆସିବା ପରେ ଲୁଟ ଘଟଣା ଜଣାପଡିଥିଲା । ପୁଲିସ ଖବର ପାଇ ଅପରାଧୀଙ୍କୁ ଧରିବାକୁ କସରତ ଆରମ୍ଭ କରିଛି । ବାରମ୍ବାର ମନ୍ଦିରରୁ ଲୁଟ୍ କରି ପୁଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି ଲୁଟେରା ।










