37.5 C
Bhubaneswar
Saturday, June 27, 2026
Homeଦେଶ ବିଦେଶଛତିଶଗଡ଼ରେ ମହିଳାଙ୍କୁ ଘରେ ପଶି ହତ୍ୟା କଲେ ୨ ଦୁର୍ବୃତ୍ତ

ଛତିଶଗଡ଼ରେ ମହିଳାଙ୍କୁ ଘରେ ପଶି ହତ୍ୟା କଲେ ୨ ଦୁର୍ବୃତ୍ତ

ରାୟପୁର: ଛତିଶଗଡ଼ର ଶକ୍ତି ଜିଲ୍ଲାରେ ଆଜି ଜଣେ ମହିଳାଙ୍କୁ ତାଙ୍କ ଘରେ ପଶି ୨ ଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡ ପଛର କାରଣ କ’ଣ ସ୍ପଷ୍ଟ ଜଣାପଡ଼ିନି ଏବଂ ମାମଲାରେ ଅଭିଯୁକ୍ତକୁ ଧରିବାପାଇଁ ଏକାଧିକ ଟିମ୍‌ ଗଠନ ହୋଇଛି। ମୃତ ମହିଳାଙ୍କ ନାଁ ପୂର୍ଣ୍ଣିମା ଚୌହାନ। ସେ ନିକଟସ୍ଥ ଏକ ଘରୋଇ କମ୍ପାନିରେ ସେଲ୍ସ ଏକ୍‌ଜିକ୍ୟୁଟିଭ୍‌ ଭାବେ କାମ କରନ୍ତି। ଗତ ୨ ବର୍ଷ ତଳେ ତାଙ୍କ ବିବାହ ବିଚ୍ଛେଦ ହୋଇଥିବାରୁ ସେ ତାଙ୍କ ବାପ ଘ‌ରେ ରହୁଥିଲେ। ଶକ୍ତି ସହରଠାରୁ ୧୫ କିମି ଦୂର ଜୋନ୍ଧ୍ରା ଗ୍ରାମରେ ଆଜି ପୂର୍ବାହ୍ନ ୧୧ଟାରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଛି। ପୁଲିସ ଅନୁଯାୟୀ ୨ ଜଣ ମୁଖାପିନ୍ଧା ବ୍ୟକ୍ତି ମୋଟରସାଇକେଲ୍‌ରେ ଆସି ପୂର୍ଣ୍ଣିମାଙ୍କ ଘର ନିକଟରେ ପହଞ୍ଚିଥିଲେ। ଜଣେ ବ୍ୟକ୍ତି ଘର ବାହାରେ ରହିଥିବାବେଳେ ଅନ୍ୟ ଜଣେ ହାତରେ ବନ୍ଧୁକ ଧରି ଘର ଭିତରେ ପଶିବା ସହ ପୂର୍ଣ୍ଣିମା କେଉଁଠି ବୋଲି ପଚାରିଥିଲା। ପୂର୍ଣ୍ଣିମା ଘର ବାହାରକୁ ଆସିବାପରେ ସେ ତାଙ୍କ ଉପରକୁ ଗୁଳି ଚଳାଇଥିଲା। ଆକ୍ରମଣକାରୀ ପୂର୍ଣ୍ଣିମାଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା। ଏଥିରୁ ଗୋଟିଏ ଗୁଳି ପୂର୍ଣ୍ଣିମାଙ୍କ ମୁଣ୍ଡ‌ରେ ବାଜିଥିଲା। ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ପରିବାର ସଦସ୍ୟ ପୁଲିସକୁ ଏନେଇ ଖବର ଦେବାପରେ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ପୂର୍ଣ୍ଣିମାଙ୍କୁ ହସ୍ପିଟାଲ ନେଇଥିଲେ ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ‌ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking