ଭୁବନେଶ୍ୱର: ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ସୁବଣ୍ଣରେଖା ନଦୀ । ଏନେଇ ସୂଚନା ଦେଲେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢୀ । କହିଛନ୍ତି, ଜଳକା ସତର୍କ ସଙ୍କେତ ପାଖାପାଖି ଅଛି । ଭଦ୍ରକ ଓ ଯାଜପୁରରେ ଆଉ ବନ୍ୟା ସ୍ଥିତି ନାହିଁ । କୌଣସି ସ୍ଥାନରେ ଘାଇ ହୋଇନି । କେବଳ ମୟୁରଭଞ୍ଜର ଜମ୍ଭିରା ଠାରେ ହୋଇଛି । ବ୍ରାହ୍ମଣୀ ରେଙ୍ଗାଲିରେ ୩ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ବ୍ରାହ୍ମଣୀ ବିପଦ ସଂକେତ ତଳେ ରହିଛି । ବୁଢାବଳଙ୍ଗକୁ ବିପଦ ନାହିଁ । ସୁବଣ୍ଣରେଖା ବନ୍ୟାରେ ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲିଆପାଳ ପ୍ରଭାବିତ ହୋଇଛି । ଜଣେ ସର୍ୱୋଚ୍ଚ ଯନ୍ତ୍ରୀ ବାଲେଶ୍ୱରରେ ବନ୍ୟା ସ୍ଥିତି ନୀରୀକ୍ଷଣ କରୁଛନ୍ତି ।









