ଭୁବନେଶ୍ୱର: ଚଳିତ ବର୍ଷ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ । ରେଜଲ୍ଟ ପ୍ରକାଶ ପରେ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କୌଣସି ଗୋଟିଏ ବିଷୟରେ ଇମ୍ପୁଭମେଣ୍ଟ ପାଇଁ ସୁଯୋଗ ମିଳିପାରିବ । ପିଲା ଜଣଙ୍କ ପାସ କରିଥିଲେ ଇମ୍ପ୍ରୁଭମେଣ୍ଟ ପରୀକ୍ଷାର ସୁଯୋଗ ପାଇପାରିବେ । ଜୁଲାଇ ପ୍ରଥମ ସପ୍ତାହରେ ହେବ ଇମ୍ପୁଭମେଣ୍ଟ ପରୀକ୍ଷା । ଆଜି ଯୁକ୍ତ ଦୁଇର ରେଜଲ୍ଟ ପ୍ରକାଶ ପାଇଛି । ପରୀକ୍ଷାରେ ଛାତ୍ରଙ୍କ ତୁଳନାରେ ଚାତ୍ରୀ ବାଜିମାତ ମାରିଛନ୍ତି । ଚଳିତ ବର୍ଷ ଯୁକ୍ତ ଦୁଇର ପାସ ହାର ୮୯ ପ୍ରତିଶତ ରହିଛି । ସେହିପରି ନବରଙ୍ଗପୁରରେ କଳାରେ ସବୁଠୁ କମ ୭୭.୧୪ ପ୍ରତିଶତ ରହିଛି । କଳାରେ ପାସ ହାର ୮୪.୫୦ % ରହିଥିବା ବେଳେ ବାଣିଜ୍ୟ ରେ ପାସହାର ୮୮.୦୭ % , ବିଜ୍ଞାନରେ ପାସ ହାର ୮୮.୮୦ %, ଧନ୍ଦାମୂଳକ ଶିକ୍ଷାରେ ପାସ ହାର ୭୭.୬୨ % ରହିଛି । ୩ ଲକ୍ଷ ୯୮ ହଜାର ୯୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେଥିରୁ ୩ ଲକ୍ଷ ୪୧ ହଜାର ୭୭୮୧ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।










