ଭୁବନେଶ୍ୱର: ଡ୍ରାଇଭର ସଂଘ ଆନ୍ଦୋଳନକୁ ନେଇ ବିଜେପି ବିଧାୟକ ବାବୁ ସିଂ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଡ୍ରାଇଭର ସଂଘର କିଛି ବ୍ୟକ୍ତି ଆନ୍ଦୋଳନକୁ ରାଜନୀତିର ରୂପ ଦେଉଛନ୍ତି । କିଛି ବ୍ୟକ୍ତି ନିଜ ସ୍ୱାର୍ଥ ଉଦ୍ଦେଶ୍ୟରେ ଆନ୍ଦୋଳନ ଚାଲୁ ରଖିଛନ୍ତି । ଓଡିଶାବାସୀ ୫ ଦିନ ହେଲା କଷ୍ଟ ପାଇଲେଣି । ସରକାରଙ୍କ ସହ ସିଧାସଳଖ ଆଲୋଚନା ହୋଇଛି । ବୈଠକରେ ଦାବି ପୂରଣ ନେଇ ନିଷ୍ପତ୍ତି ନିଆଯାଇଛି । ନିବେଦନ କରୁଛି ଡ୍ରାଇଭରମାନେ ଆନ୍ଦୋଳନରୁ ଓହରିଯାଆନ୍ତୁ ।









