23.1 C
Bhubaneswar
Monday, February 9, 2026
Homeଦେଶ ବିଦେଶବିପତ୍ତି ବେଳେ ଦେବଦୂତ ସାଜିଲା ଭାରତ; ୫ ଦିନ ପରେ ଧ୍ୱଂସାବଶେଷ ତଳୁ ଉଦ୍ଧାର ହେଲେ...

ବିପତ୍ତି ବେଳେ ଦେବଦୂତ ସାଜିଲା ଭାରତ; ୫ ଦିନ ପରେ ଧ୍ୱଂସାବଶେଷ ତଳୁ ଉଦ୍ଧାର ହେଲେ ବ୍ୟକ୍ତି

ନାପିଦ: ଭୂକମ୍ପ ପୀଡ଼ିତ ମିଆଁମାର ପାଇଁ “ଅପରେସନ୍ ବ୍ରହ୍ମା” ମାଧ୍ୟମରେ ସହାୟତାର ହାତ ବଢ଼ାଇଥିବା ଭାରତକୁ ଏବେ ଚାରିଆଡୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ମିଆଁମାରର କ୍ରୁର ଜୁଣ୍ଟା ସାମରିକ ସରକାର ମଧ୍ୟ ଭାରତକୁ ଭୁରି ଭୁରି ପ୍ରଶଂସା କରିଛି। ବିପଦ ତଥା ସଂକଟ ସମୟରେ ଭାରତ ପ୍ରକୃତ ବନ୍ଧୁ ସାଜି ପାଖରେ ଛିଡା ହୋଇଛି, ସବୁପ୍ରକାର ସହାୟତା ଯୋଗାଇଦେଇଛି। ଭାରତର ଏପ୍ରକାର ଖୋଲା ହୃଦୟର ସହଯୋଗ ଭାରତକୁ ଆହୁରି ମହାନ୍ କରି ଗଢ଼ିତୋଳିଛି। ଭାରତ ସରକାରଙ୍କ ଏହି ମହନାତା ଓ ବଦାନ୍ୟତାକୁ ସ୍ୱାଗତ ସହ ଏପ୍ରକାର ପ୍ରଶଂସାପୂର୍ବକ ଧନ୍ୟବାଦ ଜଣାଇଛନ୍ତି ମିଆଁମାର ସରକାର।

ମାର୍ଚ୍ଚ ୨୮ରେ ଅନୁଭୂତ ହୋଇଥିବା ୭.୭ ତୀବ୍ରତାର ଭୟଙ୍କର ଭୂକମ୍ପରେ ଦୋହଲିଯାଇଛି ମିଆଁମାର। ପ୍ରଳୟଙ୍କାରୀ ଭୂକମ୍ପ ଏବଂ ପ୍ରକୃତିର ତାଣ୍ଡବଲୀଳାରେ ମିଆଁମାରରେ ମୃତ୍ୟୁର ତାଣ୍ଡବ ଦେଖିବାକୁ ମିଳିଛି। ୨୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ସାଙ୍ଗକୁ ବିରାଟ ବିରାଟ ଅଟ୍ଟାଳିକା, ମଲ୍‌, ବ୍ରିଜ୍‌, ହସ୍ପିଟାଲ, ମନ୍ଦିର, ମସଜିଦ୍‌ର ଭଗ୍ନ୍‌ାବଶେଷ ମିଆଁମାରକୁ ଏକ ବଡ଼ ବିପର୍ଯ୍ୟୟ ଭିତରକୁ ଠେଲିଦେଇଛି। ଅନେକ ଲୋକ ଏବେ ବି ଭଗ୍ନାବଶେଷ ତଳେ ଫସି ରହିଛନ୍ତି। ଏମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଏନ୍‌ଡିଆରଏଫ୍‌ର ଏକ ୮୦ଜଣିଆ ଉଦ୍ଧାରକାରୀ ଦଳ ସେଠାକୁ ପଠାଇଛନ୍ତି। ଏନ୍‌ଡିଆରଏଫ୍ ଯବାନ୍‌ମାନେ ନିଜ ଜୀବନକୁ ବିପନ୍ନ କରି ପ୍ରଭାବିତ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ମୃତ୍ୟୁସ୍ଥଳୀରୁ ଜୀବନ ଉଦ୍ଧାର କରିବାରେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ଏନ୍‌ଡିଆର୍‌ଏଫ୍ ଟିମ୍ । ସିଧାସଳଖ କହିଲେ ଭାରତୀୟ ଦଳ ଏବେ ଦେବଦୂତ ପରି ସେଠାରେ କାମ କରୁଛନ୍ତି। ସେହିପରି ଭାରତ ସରକାର ମିଆଁମାରକୁ ପର୍ଯ୍ୟାପ୍ତ ପରିମାଣର ରିଲିଫ୍ ସାମଗ୍ରୀ, ଡାକ୍ତରୀ ଟିମ୍‌, ଫିଲ୍ଡ ହସ୍ପିଟାଲ ମଧ୍ୟ ପଠାଇଛନ୍ତି। ଯାହାକି ପୀଡ଼ିତ ତଥା ପ୍ରଭାବିତ ଲୋକଙ୍କୁ ନୂଆ ଜୀବନ ଦେବାରେ ଲାଗିଛି। ଏସବୁ ମଧ୍ୟରେ ଭାରତ ମିଆଁମାରକୁ ଦ୍ୱିତୀୟ ପର୍ଯ୍ୟାୟ ରିଲିଫ୍ ସାମଗ୍ରୀ (୪୦୦ ଟନ୍ ପରିମାଣର) ପଠାଇସାରିଛି।

ମିଆଁମାରରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ଭଗ୍ନାବଶେଷରେ ଫସି ରହିଥିବା ଲୋକଙ୍କୁ ଖୋଜିବା ପ୍ରକ୍ରିୟା ଏବେ ବି ଜାରି ରହିଛି। ତେବେ ଏଦିଗରେ ବୁଧବାର ଉଦ୍ଧାରକାରୀମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ରିପୋର୍ଟ ଅନୁସାରେ ଭୂମିକମ୍ପର ୫ ଦିନ ପରେ ବୁଧବାର ଏକ ହୋଟେଲ ଭଗ୍ନାବଶେଷ ତଳୁ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ମିଆଁମାରର ଜୁଣ୍ଟା ସାମରିକ ସରକାର ଏସମ୍ପର୍କରେ ସୂଚନା ଦେଇ କହିଛି ଯେ, ଏପର୍ଯ୍ୟନ୍ତ ଭୂମିକମ୍ପରେ ୨,୭୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ୨୬ ବର୍ଷୀୟ ଯୁବକଙ୍କୁ ମିଆଁମାର ଏବଂ ତୁର୍କୀ ଉଦ୍ଧାରକାରୀଙ୍କ ଏକ ମିଳିତ ଦଳ ରାତି ପ୍ରାୟ ୧୨:୩୦ରେ ରାଜଧାନୀ ନାପିଦର ଏକ କୋଠାର ଧ୍ୱଂସାବଶେଷରୁ ଜୀବିତ ଉଦ୍ଧାର କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking