15.1 C
Bhubaneswar
Monday, January 13, 2025
Homeଦେଶ ବିଦେଶପର ପୁରୁଷ ପାଇଁ ମା’ର ଜୀବନ ନେଲା ଝିଅ

ପର ପୁରୁଷ ପାଇଁ ମା’ର ଜୀବନ ନେଲା ଝିଅ

ପାଟନା: ପର ପୁରୁଷଙ୍କ ପାଇଁ ମା’ର ଜୀବନ ନେଲା ଝିଅ । ଝିଅର ଅନୈତିକ ସମ୍ପର୍କକୁ ବାରଣ କରୁଥିଲା ମା’ । ମା’ର କଥା ଝିଅକୁ ଭଲ ଲାଗିଲାନି। ବିରକ୍ତ ହେଲା ବିଗିଡ଼ିଲା ଆଉ ଶେଷରେ ନିଜ ଜନ୍ମକଲା ମା’ର ଜୀବନ ନେଇଗଲା ଝିଅ । ଯେଉଁ ମା’ ଝିଅକୁ ୧୦ ମାସ ୧୦ ଦିନ ଗର୍ଭରେ ରଖି ଜନ୍ମ ଦେଇଥିଲା ସେ ମା’କୁ ହତ୍ୟା କରିଛି ଝିଅ । ଏଭଳି ଖବର ଶୁଣିଲେ ଆମ ଲୋମ ଟାଙ୍କୁରି ଉଠୁଛି । ଜଣେ ଝିଅର ଏମିତି କାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଛି । ବିହାରର ପୂର୍ବ ଚମ୍ପାରଣ ଅଞ୍ଚଳରୁ ଏମିତି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଝିଅ ଭୁଲିଗଲା ମା’ର ମମତା । ସବୁ ସମ୍ପର୍କକୁ ଭୁଲି ନିଜ ହାତରେ ନିଜ ମା’ର ଜୀବନ ନେଇଗଲା ।

ଅତି ନିର୍ମମଭାବେ ମା’କୁ ହତ୍ୟା କରିବା ପରେ ମୃତଦେହକୁ ଘର ଭିତରେ ବନ୍ଦ କରି ଫେରାର ମାରିଥିଲା ଝିଅ । ତେବେ ମା’ର ଭୁଲ ଏତିକି ଥିଲା ଯେ ଝିଅର ପର ପୁରୁଷମାନଙ୍କ ସହ ଅନୈତିକ ସମ୍ପର୍କକୁ ବିରୋଧ କରିଥିଲେ । ଚମ୍ପାରଣ ଜିଲ୍ଲା ଅନ୍ତର୍ଗତ ହରସିଦ୍ଧି ଥାନା ଅଞ୍ଚଳର ଘିୱାଢାର ଗାଁରେ ଘଟିଯାଇଛି ଏମିତି ଅଘଟଣ । ଘଟଣା ପରେ ସାରା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ଏଭଳି ଏକ ଭୟଙ୍କର କାଣ୍ଡକୁ ନେଇ। ସ୍ଥାନୀୟ ଡିଏସପି ରଞ୍ଜନ କୁମାର ଦେଇଥିବା ସୂଚନା ଅନୁସାରେ ମଞ୍ଜୁ ଦେବୀ ନାମକ ମହିଳାଙ୍କୁ ଗତ ଜାନୁଆରୀ ୪ ତାରିଖରେ ହତ୍ୟା କରାଯାଇଥିଲା । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ଅଭିଯୁକ୍ତ ଝିଅ ମା’ର ହତ୍ୟା କରିବା ପରେ ମୃତଦେହକୁ ଘରେ ତାଲା ପକାଇ ସେଠାରୁ ଫେରାର ହୋଇ ଯାଇଥିଲା ।

ପୋଲିସ ଏକ ଟିମ୍ ଗଠନ କରି ଘଟଣାର ଅଧିକ ତଦନ୍ତ କରିବା ଆରମ୍ଭ କରିଥିଲା । ଯାଞ୍ଚ ସମୟରେ ଡଗ୍ ସ୍କ୍ୱାର୍ଡ ସହ ଫରେନ୍ସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ତଦନ୍ତ ବେଳେ ମିଳିଥିବା ପ୍ରମାଣକୁ ଆଧାର କରି ମୁଖ୍ୟ ଅଭିଯୁକ୍ତ ଭାବେ ମଞ୍ଜୁ ଦେବୀଙ୍କ ଝିଅ ସୋନି କୁମାରୀକୁ ଗିରଫ କରାଯାଇଛି। ଝିଅ ସୋନି କୁମାରୀର ହାବଭାବ ଏବଂ କାମକୁ ନେଇ ଓ ମାଆ ମଞ୍ଜୁ ଦେବୀ ଭୀଷଣ ଅସନ୍ତୁଷ୍ଟ ଥିଲେ । ତେଣୁ ମାଆ ଓ ଝିଅ ଭିତରେ ଅନେକ ସମୟରେ ବିବାଦ ହୁଏ । କାହିଁକି ନା ସୋନି ଜଣେ ବ୍ୟକ୍ତି ନୁହେଁ ଅନେକ ପୁରୁଷଙ୍କ ସହ ଅନୈତିକ ସମ୍ପର୍କରେ ଲିପ୍ତ ରହୁଥିଲା । ମା’ ହୋଇ ମଞ୍ଜୁ ଦେବୀଙ୍କୁ ଏସବୁ କଥା କେମିତି ବା ଭଲ ଲାଗିଥାନ୍ତା । ତେଣୁ ସବୁ ବେଳେ ଝିଅକୁ ସେ ତାଗିଦ କରୁଥିଲେ, ଗାଳିମନ୍ଦ ଦେଉଥିଲେ । ସେଦିନ ବି ମା’ ଓ ଝିଅଙ୍କ ମଧ୍ୟରେ ଏକଥାକୁ ନେଇ ଝଗଡ଼ା ହୋଇଥିଲା । ଆଉ କଳି ଏତେ ବଢ଼ିଗଲା ଯେ ଝିଅ ସୋନି ନିଜ ମା’ର ଜୀବନ ନେଇଗଲା । ମା’କୁ ମାରି ଫେରାର ହୋଇ ଯାଇଥିଲେ ବି ପୋଲିସ ହାତରେ ଧରା ପଡ଼ିଛି ସୋନି । ପଚରା ଉଚରା ସମୟରେ ସୋନି ନିଜ ଅପରାଧ ସ୍ୱୀକାର କରିଛି ।

ଝିଅ ସୋନିର ବୟସ ମାତ୍ର ୨୧ ବର୍ଷ । ହେଲେ ଗାଁର ଅନେକ ପିଲାଙ୍କ ସହ ତାର ଅନୈତିକ ସମ୍ପର୍କ ଥିଲା । ଏହାକୁ ନେଇ ବିବାଦ ହେବା ପରେ ଜାନୁଆରୀ ୪ ତାରିଖ ଦିନ ଝିଅ ସୋନି ଏକ କୁରାଢ଼ୀରେ ମାଆକୁ ହାଣି ହତ୍ୟା କରିଥିଲା । ଏହା ପରେ ନିଜର ରକ୍ତ ଲଗା ହାତ ଓ ଲୁଗାପଟାକୁ ସଫା କରିଥିଲା । ଲୁଗା ସଫା କରି ଶୁଖାଇବା ପରେ ଫେରାର ହୋଇ ଯାଇଥିଲା । ଯିବା ପୂର୍ବରୁ ସୋନି ଘରେ ତାଲା ପକାଇ ପଳାଇଥିଲା । ପୋଲିସ୍ ଏ ଖବର ପାଇବା ପରେ ଘରକୁ ଯାଇ ତାଲା ଭାଙ୍ଗି ମଞ୍ଜୁ ଦେବୀଙ୍କ ମୃତଦେହ ଉଦ୍ଧାର କରିଥିଲା । ପରେ ଗତ ଶୁକ୍ରବାର ଦିନ ପୋଲିସ୍ ସୋନିକୁ ତା ଘରୁ ଗିରଫ କରିଥିଲା । ସୋନି କହିଥିଲା କି କାମରେ ଦିଲ୍ଲୀ ଚାଲି ଯାଇଥିଲା ଏବଂ ମାଆର ହତ୍ୟା ଖବର ଶୁଣି ଫେରିଛି । ତେବେ ପୋଲିସର ଧମକ ଆଗରେ ଆଉ ଲୁଚାଇ ପାରିନଥିଲା ନିଜ ପାପ କର୍ମକୁ । ମାନି ଯାଇଥିଲା କି ସେ ନିଜେ ହିଁ ମାଆର ହତ୍ୟା କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking