32.1 C
Bhubaneswar
Thursday, March 26, 2026
Homeଓଡିଶାଯୁବକଙ୍କୁ ଠେଙ୍ଗାରେ ଛେଚି ହତ୍ୟା କଲା ଯୁବକ

ଯୁବକଙ୍କୁ ଠେଙ୍ଗାରେ ଛେଚି ହତ୍ୟା କଲା ଯୁବକ

ମୟୂରଭଞ୍ଜ :ସରିନି ମହାଭାରତ ଛିଡୁନି ବିବାଦ । ଗାଁ ଦାଣ୍ଡରେ ବୁଲୁଛି ଯମ । ନେଉଛି ଜୀବନ । ଗାଁ ଘର ଆଗରେ ଯୁବକଙ୍କୁ ଠେଙ୍ଗାରେ ଛେଚି ନୃଶଂସ ଭାବେ ହତ୍ୟାକଲା ମଦ୍ୟପ ଯୁବକ । ଏମିତି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ସରାସପୋଷି ଗ୍ରାମରେ । ମୃତକ ଯୁବକ ଜଣକ ହେଉଛନ୍ତି ଜଗନ୍ନାଥ ନାଏକ (ଲିପୁ)(୩୨)।
ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ସରାସପୋଷି ଗ୍ରାମର ସର୍ବେଶ୍ବର ନାଏକଙ୍କ ଏକ ମାତ୍ର ରୋଜଗାରିଆ ପୁଅ ଜଗନ୍ନାଥ ନାଏକଙ୍କ ଘର ଆଗରେ ତାଙ୍କ ମୃତଦେହ ପଡିଥିଲା। ମୁଣ୍ଡରୁ ପ୍ରବଳ ରକ୍ତତ୍ସାବ ହେବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୁଣ୍ଡକୁ ଏକ ବାଡ଼ିରେ  ଛେଚି ହତ୍ୟାକରି ଘର ଆଗରେ ପକାଇ ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଖବରପାଇ ବାଙ୍ଗିରିପୋଷି ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଥିଲା। ତେବେ ରାତି ହେବାରୁ ସାଇଣ୍ଟିଫିକ ଟିମ ଆସି ପାରିନଥିଲା। ମାତ୍ର ଏବେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିବା ସହ ବାରିପଦା ସଦର ଏସଡିପିଓ ସୁଜିତ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଉକ୍ତ ଗ୍ରାମର ଗଣେଶ ନାଏକ (୩୯) ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପଟେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ବୃଦ୍ଧ ବାପାମାଆଙ୍କ ଆଖିରୁ ସୁଖୁନି ଲୁହର ଧାର । ଏବେ ତାଙ୍କର ଭବିଷ୍ୟତକୁନେଇ ଅସହାୟ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking