31.1 C
Bhubaneswar
Monday, September 14, 2026
Homeଓଡିଶାଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି। ଗୋଟିଏ ଦ୍ରୁତଗାମୀ ଟ୍ରକ୍ ଏକ ବାଇକକୁ ଧକ୍କା ଦେଇଥିଲା, ଦୁର୍ଘଟଣା ଯୋଗୁଁ  ଘଟଣାସ୍ଥଳରେ ହିଁ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି ।ସୂଚନା ଅନୁସାରେ, ବିଳମ୍ବିତ ରାତିରେ ବାଇକ୍ ଚାଳକ ବାଲେଶ୍ୱର ରେମୁଣା ସ୍ଥିତ ଗୋଲେଇ ଛକ ନିକଟ ଦେଇ ଯାଉଥିଲେ । ଏହି ସମୟରେ ଏକ ଟ୍ରକ୍ ତାଙ୍କ ବାଇକ୍ ଉପରେ ଚଢ଼ିଯାଇଥିଲା । ଟ୍ରକ୍ ତଳେ ବାଇକ୍‌ଟି ଚାପି ହୋଇଯିବା ସହ ବାଇକ୍ ଆରୋହୀ ଗୁରୁତର ହୋଇପଡ଼ିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ଉତ୍ତ୍ୟକ୍ତ ଲୋକେ ଟ୍ରକ୍‌ଟିକୁ ଅଟକାଇଥିଲେ । ଏହାକୁ ନେଇ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲା । ଖବର ପାଇ ପୋଲିସ ପହଞ୍ଚି  ଭିଡ ନିୟନ୍ତ୍ରଣ କରିବା ସହ ଟ୍ରକ୍‌ଟିକୁ ଅଟକ ରଖିଛି । ବର୍ତ୍ତମାନ ପୁଲିସ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking