ଭୁବନେଶ୍ୱର: ଏମଏମଡିଆର ପ୍ରସଙ୍ଗରେ ଅର୍ଥନୈତିକ ଅବରୋଧ କରିବ ବିଜେଡି । ଏନେଇ ପ୍ରେସମିଟରେ ସୂଚନା ଦେଲେ ବିଜେଡି ବିଧାୟକ ଅରୁଣ ସାହୁ । କହିଛନ୍ତି, ଏମଏମଡିଆର ଆଇନ ପ୍ରତ୍ୟାହାର କର, ନଚେତ ଆନ୍ଦୋଳନ କରିବୁ । ଅର୍ଥନୈତିକ ଅବରୋଧ , ବାଣିଜ୍ୟିକ ଅବରୋଧ ସହ ଆନ୍ଦୋଳନ କରିବ । ୨୦୦୫ରୁ ୨୦୨୬ ଯାଏ ବାକିଆ ଲକ୍ଷେ ୨୦ ହଜାର କୋଟି ରାଜ୍ୟ ହରାଇଲା । ଖଣି ଖଣିଜ ସମ୍ପଦ ଥିଲା ବୋଲି ପୁଞ୍ଜି ନିବେଶକାରୀ ରାଜ୍ୟକୁ ଆସୁଥିଲେ । ସେ କ୍ଷମତା ଯେତେବଳେ କେନ୍ଦ୍ର ପାଖକୁ ଗଲା, ଆଉ ରାଜ୍ୟକୁ ଆସିବେ ତ ।










