23.1 C
Bhubaneswar
Sunday, March 22, 2026
Homeଓଡିଶାପାଦରେ କାହିଁକି ପିନ୍ଧା ଯାଏ ନାହିଁ ସୁନା ଅଳଙ୍କାର ?

ପାଦରେ କାହିଁକି ପିନ୍ଧା ଯାଏ ନାହିଁ ସୁନା ଅଳଙ୍କାର ?

ଭୁବନେଶ୍ୱର: ନାରୀ ଓ ଗହଣା ପରସ୍ପର ପରିପୁରକ କହିଲେ ଅତ୍ୟୁକ୍ତି ହେବ ନାହିଁ । ଗହଣାର ତିଆରି ସତେ ଯେପରି କେବଳ ନାରୀକୁ ସଜାଇବା ପାଇଁ ହୋଇଥାଏ । ମଥା ଟିକ୍କା ଠାରୁ ଆରମ୍ଭ କରି ପାଦର ପାଉଁଜି ପର୍ଯ୍ୟନ୍ତ ନାରୀଟିଏ ସବୁବେଳେ ଆଭୂଷଣରେ ସଜେଇ ହୋଇ ରହିବାକୁ ପସନ୍ଦ କରିଥାଏ । ମହିଳାମାନଙ୍କ ଷୋଳହ ସୃଙ୍ଗାରମାନଙ୍କ ମଧ୍ୟରୁ ପାଉଁଜି ହେଉଛି ଅନ୍ୟତମ । କିନ୍ତୁ କେବେ ଦେଖିଛନ୍ତି କି ନରୀଟିଏ ସୁନା ପାଉଁଜି ପିନ୍ଧିବାର? ହିନ୍ଦୁ ଧର୍ମରେ ଅନେକ ପରମ୍ପରା ପ୍ରଚଳିତ ହୋଇଥାଏ । ଏହି ସବୁ ପରମ୍ପରା ମଧ୍ୟରୁ ଗୋଟିଏ ହେଉଛି ଯେ, ମହିଳାମାନେ ନିଜ ପାଦରେ ସୁନାର ଗହଣା ପିନ୍ଧିବା ଅନୁଚିତ୍‌? । ତେବେ ଏହାକୁ କାହିଁକି ବାରଣ କରାଯାଇଛି ଆସନ୍ତୁ ସେ ବିଷୟରେ ଜାଣିବା…

ହିନ୍ଦୁ ଧର୍ମରେ କୁହାଯାଏ ଯେ ଭଗବାନ ବିଷ୍ଣୁଙ୍କର ସୁନା ବହୁତ ପ୍ରିୟ ଥିଲା । ସୁନାର ଗହଣା ଧାରଣ କରିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି ଏବଂ ନିଜ ଭକ୍ତଙ୍କର ସମସ୍ତ ସମସ୍ୟା ଦୂର କରିଥାନ୍ତି । କିନ୍ତୁ ସୁନାର ଗହଣାକୁ ନାଭିର ତଳକୁ ଧାରଣ କରିବା ଅନୁଚିତ୍ । କୁହାଯାଏ ଯେ ଏମିତି କରିବା ଦ୍ୱାରା ବିଷ୍ଣୁଙ୍କ ଅପମାନ ହୋଇଥାଏ । ଏଭଳି କରୁଥିବା ବ୍ୟକ୍ତିଙ୍କୁ ବିଷ୍ଣୁଙ୍କର କୃପା ମିଳି ନଥାଏ ଏବଂ ତାଙ୍କୁ ବହୁତ ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ହଳଦିଆ ରଙ୍ଗ ଲକ୍ଷ୍ମୀଙ୍କର ବହୁତ ପସନ୍ଦ। ସୁନାର ରଙ୍ଗ ହଳଦିଆ ହେବା କାରଣରୁ ସୁନାର ସଂଯୋଗ ଲକ୍ଷ୍ମୀଙ୍କ ସହିତ ମଧ୍ୟ ରହିଛି। ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କହନ୍ତି। କୁହାଯାଏ ଯେ ଲକ୍ଷ୍ମୀଙ୍କର କୃପା ହେଲେ ଧନ ପ୍ରାପ୍ତି ହୋଇଥାଏ।

ଏଥିପାଇଁ ସୁନାର ଅଳଙ୍କାର ନାଭି ତଳକୁ ଧାରଣ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଲକ୍ଷ୍ମୀ ମାତା କ୍ରୋଧିତ ହୋଇଯାନ୍ତି। ମାତା ଲକ୍ଷ୍ମୀ କ୍ରୋଧିତ ହୋଇଗଲେ ବ୍ୟକ୍ତିଙ୍କୁ ଆଥିର୍କ ସମସ୍ୟାକୁ ସାମ୍ନା କରିବାକୁ ପଡ଼ିଥାଏ। ପାଦରେ ଚାନ୍ଦିର ଅଳଙ୍କାର ପିନ୍ଧିବାକୁ ବହୁତ ଶୁଭ ବିବେଚନା କରାଯାଏ । ବୈଜ୍ଞାନିକଙ୍କ ମତ ଅନୁସାରେ, ଚାନ୍ଦିରୁ ଶୀତଳତା ମିଳିଥାଏ । ଏହି ଶୀତଳତା ବ୍ୟକ୍ତିଙ୍କୁ ମାନସିକ ରୂପରେ ଶାନ୍ତ ରହିବାରେ ସାହାଯ୍ୟ କରେ। ପାଦରେ ଚାନ୍ଦିର ଅଳଙ୍କାର ଧାରଣ କରିବା ଦ୍ୱାରା ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରହିଥାଏ । ଜ୍ୟୋତିଷ ଅନୁସାରେ ଚାନ୍ଦିର ଗହଣା ଧାରଣ କରିବା ଦ୍ୱାରା ବ୍ୟକ୍ତିଙ୍କର ଚନ୍ଦ୍ରମା ମଜଭୁତ ହୋଇଥାଏ । ଏଥିରୁ ବ୍ୟକ୍ତିଙ୍କୁ ନିଜ ଜୀବନରେ ସୁଖ-ଶାନ୍ତି ଏବଂ ସୁବିଧା ମିଳିଥାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking