ନୂଆଦିଲ୍ଲୀ: ବିଜେପିର ମିଶିବା ପରେ ଦେବାଶିଷ ସାମନ୍ତରାୟ ପ୍ରଥମ ପ୍ରତିକ୍ରିୟା ରଖି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟରେ ପ୍ରଭାବିତ ହୋଇ ବିଜେପିରେ ମିଶିଲି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଜନରେ ଓଡିଶା ବିକଶିତ ହେଉଛି । ଗୁଣ୍ଡୁଚି ମୂଷା ଭଳି ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ସୁଯୋଗ ଦେଇଥିବାରୁ ଧନ୍ୟବାଦ । ଓଡିଶାରେ ବିଜେପି ପାଇଁ ବହୁତ କାମ କରିବି, ଦଳକୁ ଆହୁରି ସୁଦୃଢ କରିବି । ଗତକାଲି ବିଜେଡି ଛାଡ଼ିଥିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ। ସେ ନିଜର ଇସ୍ତଫାପତ୍ରରେ ଦର୍ଶାଇଛନ୍ତି ଯେ ଦଳ ପାଇଁ ନିଜକୁ ଉତ୍ସର୍ଗ କରିଛି। ଦଳରେ ମୋତେ ଯଥେଷ୍ଟ ସମ୍ମାନ ଓ ଗୁରୁତ୍ୱ ମିଳୁନଥିଲା ମୋର ସେବାକୁ ଦଳ ଆଉ ଦରକାର କରୁନାହିଁ।










