28.9 C
Bhubaneswar
Monday, July 13, 2026
Homeଦେଶ ବିଦେଶପଦ୍ମ ଧରିଲେ ଦେବାଶିଷ ସାମନ୍ତରାୟ

ପଦ୍ମ ଧରିଲେ ଦେବାଶିଷ ସାମନ୍ତରାୟ

ନୂଆଦିଲ୍ଲୀ: ବିଜେପିରେ ମିଶିଲେ ପୂର୍ବତନ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଲେ ଦେବାଶିଷ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଲେ । ଯାହା ଏବେ ବିଜେଡିକୁ ଝଟକା ଲାଗିଛି । ଦେବାଶିଷଙ୍କ ଇସ୍ତଫା ପରେ ଏବଂ ବିଜେଡିର ରାଜ୍ୟସଭା ସାଂସଦର ଆସନ ସଂଖ୍ୟା ୫ ରହିଛି । ସୂଚନାଯୋଗ୍ୟ, ସୋମବାର ସେ ବିଜେଡିରୁ ଇସ୍ତଫା ଦେଇଥିଲେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। ଏହାର କିଛି ସମୟ ପରେ ସେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍‌ଙ୍କୁ ରାଜ୍ୟ ସଭା ସଦସ୍ୟ ପଦରୁ ଇସ୍ତଫା ପତ୍ର ଦେଇଛନ୍ତି। ଦେବାଶିଷଙ୍କ ଏଭଳି ପଦକ୍ଷେପ କଟକ ରାଜନୀତିର ଚର୍ଚ୍ଚାର ବିଷୟ ପାଲଟିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking