31.1 C
Bhubaneswar
Friday, May 22, 2026
Homeଦେଶ ବିଦେଶ୨୪ ରାଜ୍ୟସଭା ଆସନ ପାଇଁ ତାରିଖ ଘୋଷଣା

୨୪ ରାଜ୍ୟସଭା ଆସନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ୧୦ ରାଜ୍ୟର ୨୪ ଟି ରାଜ୍ୟସଭା ଆସନ ପାଇଁ ଜୁନ ୧୮ରେ ହେବ ଭୋଟ । ଫଳାଫଳ ସେହି ଦିନ ସନ୍ଧ୍ୟା ୫ଟାରେ ବାହାରିବ । ଏନେଇ ଶୁକ୍ରବାର ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟସଭା ନିର୍ବାଚନ ଆନ୍ଧ୍ରପ୍ରଦେଶ , ଗୁଜୁରାଟ ଏବଂ କର୍ଣ୍ଣାଟକର ୪ଟି ଲେଖାଏଁ ଆସନ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ୩ଟି ଲେଖାଏଁ ଆସନ, ଝାଡଖଣ୍ଡର ଦୁଇଟି ଆସନ ଏବଂ ମଣିପୁର , ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର ଗୋଟିଏ ଲେଖାଏଁ ଆସନରେ ଅନୁଷ୍ଠିତ ହେବ । ଜୁନ ୮ ତାରିଖ ନାମାଙ୍କ ଦାଖଲର ଶେଷ ତାରିଖ ଧାର୍ଯ୍ୟ ।ଜୁନ ୨୧ରୁ ଜୁଲାଇ ୧୯ ମଧ୍ୟରେ ଶେଷ ରାଜ୍ୟସଭା ଆସନ ପାଇଁ ଭୋଟ ହେବ । ମହାରାଷ୍ଟ୍ର ଏବଂ ତାମିଲନାଡୁରେ ଖାଲି ଥିବା ଦୁଇଟି ଆସନ ପାଇଁ ଜୁନ ୧୮ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଅଜିତ ପାୱାରଙ୍କ ମୃତ୍ୟୁ ପରେ ଖାଲି ହୋଇଥିବା ମହାରାଷ୍ଟ୍ରର ବାରାମତୀ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜିତିବା ପରେ ୬ ତାରିଖରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ଅଧ୍ୟକ୍ଷା ସୁନ୍ତ୍ର ଅଜିତ ପାୱାରଙ୍କ ଇସ୍ତଫା ଯୋଗୁଁ ଏହି ଆସନ ଖାଲି ହୋଇଥିଲା । ୭ ତାରିଖରେ ସିଭେ ଶାନମୁଗମଙ୍କ ଇସ୍ତଫା ଯୋଗୁଁ ତାମିଲନାଡୁର ଗୋଟିଏ ଆସନ ଖାଲି ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking