21.1 C
Bhubaneswar
Tuesday, February 11, 2025
Homeଓଡିଶାସୋଆରେ ବିଶ୍ୱ ମୃତିକା ଦିବସ ପାଳିତ

ସୋଆରେ ବିଶ୍ୱ ମୃତିକା ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ୍ ଏଗ୍ରିକଲ୍‌ଚରାଲ ସାଇନସେସ୍ (ଆଇଏଏସ୍‌) ର ମୃତିକା ବିଭାଗ ପକ୍ଷରୁ ଗୁରୁବାର ଦିନ ବିଶ୍ୱ ମୃତିକା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କୃଷି ବିଜ୍ଞାନୀ ତଥା ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡକ୍ଟର ହୃଷୀକେଶ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୃତିକାର ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ ବୋଲି କହିବା ସହ ଏଥିରେ ଥିବା ବିଭିନ୍ନ ଗୁଣାତ୍ମକ ଦିଗ ବିଷୟରେ ଆଲୋଚନା କରିଥିଲେ। ମୃତିକାର ଉପକାରିତା, କ୍ଷୟ ଓ ସୁରକ୍ଷା ବିଷୟରେ ଗୁରୁତ୍ୱାରୋପ କରିବା ସହ ଛାତ୍ରଛାତ୍ରୀମାନେ ମୃତିକାର ସ୍ୱାସ୍ଥ୍ୟ ରକ୍ଷା ଦିଗରେ ସଚେତନ ହେବା ପାଇଁ ଡକ୍ଟର ସେନାପତି ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ପ୍ରତିବର୍ଷ ଡିସେମ୍ବର ୫ ତାରିଖକୁ ସାରା ବିଶ୍ୱରେ ମୃତିକା ଦିବସ ରୂପେ ପାଳନ କରାଯାଇଥାଏ। ବର୍ତମାନ ଯେଉଁ ଭଳି ଭାବେ ମୃତିକା କ୍ଷୟ ହେବାକୁ ଲାଗିଛି, ଆମେ ସମସ୍ତେ ବର୍ତମାନ ଠାରୁ ମୃତିକାର ଯତ୍ନ ଓ ସଂରକ୍ଷଣ କରିବା ଆବଶ୍ୟକ ତାହାଲେ ଆଗାମୀ ପିଢିଙ୍କ ପାଇଁ ଏହା ଲୋପ ପାଇଯିବ ବୋଲି କୁଳପତି କହିଥିଲେ। ମୃତିକା ପରୀକ୍ଷା କରିବା ପାଇଁ ଏକ ମୃତିକା ହସ୍ପିଟାଲ ରହିବା ଜରୁରୀ। ମୃତିକାକୁ ପରୀକ୍ଷା କରି ଏକ କୃଷକ ଜାଣିବା ଦରକାର ଯେ ଏଥିରେ କେତେ ପରିମାଣରେ କଣ ଆବଶ୍ୟକ। ଗତବର୍ଷ ଠାରୁ ଆରମ୍ଭ କରାଯାଇଥିବା ଏହି ମୃତିକା ଦିବସ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ପ୍ରଫେସର ନନ୍ଦ କହିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗଦେଇ କହିଥିଲେ ଯେ ମୃତିକାରୁ ଆମେ ବାସଗୃହ, ଖାଦ୍ୟ ଓ ବସ୍ତ୍ର ପାଇଥାଉ। ମାଟିକୁ ମା’ ବୋଲି କୁହାଯାଏ। ଏହି ମାଟି ମା’ର ଯତ୍ନ ନେବା ଜରୁରୀ ବୋଲି ସେ କହିଥିଲେ। ଏ ବର୍ଷର ପ୍ରସଙ୍ଗ ‘କେୟାରିଂ ଫର୍ ସଏଲ୍ସ : ମେଜର୍‌, ମନିଟର୍‌, ମ୍ୟାନେଜ’ ଅର୍ଥାତ୍ ମୃତିକାର ଯତ୍ନ, ମାପ, ମନିଟରିଂ ଓ ଏହାକୁ କିପରି ପରିଚାଳନା କରିବା ଆବଶ୍ୟକ ସେ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଯୋଗ ଦେଇ କହିଥିଲେ ଯେ ଆଗାମୀ ଦିନରେ କୃଷି ମହାବିଦ୍ୟାଳୟରେ ଏଭଳି ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବର୍ଷାଜଳରେ ୫ ଟନ୍ ମୃତିକା କ୍ଷୟ ହୋଇଥାଏ। ୧ଇଂଚ ମୃତିକା ସୃଷ୍ଟି କରିବାକୁ ୧ ହଜାର ବର୍ଷ ଲାଗିଥାଏ। ତେଣୁ ମୃତିକା ସୃଷ୍ଟି କରିବା ଅସମ୍ଭବ। କିନ୍ତୁ ମାଟିର ସୁରକ୍ଷା ଆମର ଦାୟିତ୍ୱ ବୋଲି ପ୍ରଫେସର ରାଉତ କହିଥିଲେ। ଏହି କାର୍ଯ୍ୟକ୍ରମରେ ମୃତିକା ବିଜ୍ଞାନ ଓ କୃଷି ରସାୟନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଗୌରହରି ସାନ୍ତ୍ରା ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଫେସର ଆଶିଷ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଚାଶରୁ ଉର୍ଦ୍ଧ୍ୱ କୃଷକ ଯୋଗଦେଇ କୃଷି ଭିତିକ ବୈଜ୍ଞାନିକ ଆଲୋଚନଚକ୍ର ରେ ଅଂଶ ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରକାର ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀମାନେ କୃଷି ବିଜ୍ଞାନ ଭିତିକ ମଡେଲ ମଧ୍ୟ ପ୍ରଦର୍ଶନ କରିଥିଲେ।

ଏହି ଅବସରରେ ପଚାଶରୁ ଉର୍ଦ୍ଧ୍ୱ କୃଷକ ଯୋଗଦେଇ ଆଲୋଚନା ଚକ୍ର ରେ ଅଂଶ ଗ୍ରହଣ କରିଥିଲେ। ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀ ଓ ଡକ୍ଟର ସୁଚିସ୍ମିତା ମହାପାତ୍ର ମଂଚ ସଂଯୋଜନା କରିଥିଲେ। ପୁନମ୍ ପ୍ରୀତି ପ୍ରଧାନ, ଡକ୍ଟର ସମାନିତା ମହାନ୍ତି ପ୍ରତିଯୋଗିତା ପରିଚାଳନା କରିଥିବା ବେଳେ ଡକ୍ଟର ପ୍ରକାଶ ରଂଜନ ବେହେରା, ଡ. ଭୁବନାନନ୍ଦ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଉତ୍ସବରେ ସବୁ ବିଭାଗରେ ବିଭାଗୀୟ ମୁଖ୍ୟ, ଅଧ୍ୟାପକ, ଅଧ୍ୟାପିକା, ଗବେଷଣାରତ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ। ପ୍ରଫେସର ଅନ୍ତର୍ଯ୍ୟାମୀ ମିଶ୍ର, ଡକ୍ଟର ବିଷ୍ଣୁପ୍ରିୟା ପାତ୍ର, ଡକ୍ଟର ଇପ୍ସିତା ପଟ୍ଟନାୟକ ପ୍ରମୁଖ ପ୍ରତିଯୋଗିତା ବିଚାରକ ଭାବେ ଯୋଗ ଦେଇଥିଲେ। ଡକ୍ଟର ଅଂଶୁମାନ ଜେନା, ଡକ୍ଟର ବିଶ୍ୱବାରା ସାହୁ , ଡକ୍ଟର ରାମପ୍ରସାଦ ନନ୍ଦୀ, ବିକାଶ ରଥ, ସୋନାଲି ପଟେଲ, ପ୍ରତୀକ୍ଷା ମହାନ୍ତି, ମାନସ ଦାସ, ପ୍ରଫେସର ବ୍ରଜ କିଶୋର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking