35.1 C
Bhubaneswar
Tuesday, May 26, 2026
Homeଓଡିଶାମହୁମାଛି ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

ମହୁମାଛି ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

ବାଲିଗୁଡ଼ା: ମହୁମାଛି ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲିଗୁଡ଼ା ଖଜୁରିନାଳ ସାହିର ଜଣେ ଯୁବକ । ଆଜି ସକାଳେ ଷ୍ଟାଡିୟମରୁ ଖେଳ ସାରି ଘରକୁ ଫେରି ଘର ଭିତରକୁ ଯିବା ସମୟରେ ହଠାତ୍ ଘର ଉପରେ ଥିବା ମହୁଫେଣାରୁ ମହୁମାଛି ଆସି ଯୁବକଙ୍କ ବେକ ଉପରେ ଆକ୍ରମଣ ପରେ ସେ ଗୁରୁତର ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକଙ୍କ ସହଯୋଗରେ ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ବାଲିଗୁଡ଼ା ମେଡିକାଲ ପହଞ୍ଚେଇଥିଲେ କିନ୍ତୁ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ନାମ ବି.ମହେଶ୍ୱର ରାଓ ଦୋରା, ଓରଫ ପିଣ୍ଟୁ ବୋଲି ଜଣା ପଡିଛି । ଦୀର୍ଘ ବର୍ଷ ହେବ ସେ ବାଲିଗୁଡ଼ା ପାଟଖଣ୍ଡା ମନ୍ଦିର କମ୍ପ୍ଲେକ୍ସରେ ଷ୍ଟେସନାରୀ ଦୋକାନ କରିଥିଲେ । ଯୁବକଙ୍କ ଅକାଳ ବିୟୋଗରେ ବାଲିଗୁଡ଼ା ବଜାର ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking