30.1 C
Bhubaneswar
Friday, May 22, 2026
Homeଓଡିଶାସମ ହସ୍ପିଟାଲ୍ କ୍ୟାମ୍ପସ୍‌-୨ ଫୁଲନଖରା ପକ୍ଷରୁ ‘ଡାଇଗ୍ନୋଷ୍ଟିକ୍ ଅଟୋମେସିନ ଏବଂ ଆଂଟିମାଇକ୍ରୋବିଆଲ୍ ଷ୍ଟେୱାର୍ଡସିପ୍‌’ ସମ୍ପର୍କିତ କର୍ମଶାଳା...

ସମ ହସ୍ପିଟାଲ୍ କ୍ୟାମ୍ପସ୍‌-୨ ଫୁଲନଖରା ପକ୍ଷରୁ ‘ଡାଇଗ୍ନୋଷ୍ଟିକ୍ ଅଟୋମେସିନ ଏବଂ ଆଂଟିମାଇକ୍ରୋବିଆଲ୍ ଷ୍ଟେୱାର୍ଡସିପ୍‌’ ସମ୍ପର୍କିତ କର୍ମଶାଳା ଆୟୋଜିତ

ଭୁବନେଶ୍ୱର : ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍‌ସେସ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ ଫୁଲନଖରା ଅଧିନସ୍ଥ ମାଇକ୍ରୋବାୟୋଲୋଜି ବିଭାଗ ପକ୍ଷରୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ନେଇ ‘ଡାଇଗ୍ନୋଷ୍ଟିକ୍ ଅଟୋମେସିନ ଏବଂ ଆଂଟି ମାଇକ୍ରୋବିଆଲ୍ ଷ୍ଟେୱାର୍ଡସିପ୍‌’ ଶୀର୍ଷକ ଏକ କର୍ମଶାଳା ସଫଳତାର ସହ ନିକଟରେ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରମୁଖ ଚିକିତ୍ସା ବିଶେଷଜ୍ଞମାନେ ଏକତ୍ରିତ ହୋଇ ଆଂଟିମାଇକ୍ରୋବିଆଲ୍ ପ୍ରତିରୋଧର ବିଶ୍ୱବ୍ୟାପୀ ଆହ୍ୱାନର ମୁକାବିଲା କରିବା ସହ କିପରି ସ୍ୱୟଂଚାଳିତ ପ୍ରଣାଳୀ ଚିକିତ୍ସା ପ୍ରୋଟୋକଲକୁ ଅଧିକ ସୁଦୃଢ଼ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ, ଆଡିସ୍‌ନାଲ୍ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ତାପସୀ ପତି ଏବଂ ଲାବୋରେଟୋରୀ ନିର୍ଦ୍ଦେଶକ ତଥା ମାଇକ୍ରୋବାୟୋଲୋଜି ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ଦେବାଶିଷ ସାହୁ ପ୍ରମୁଖ ଯୋଗ ଦେଇ ସ୍ମାର୍ଟ ଡାଇଗ୍ନୋଷ୍ଟିକ୍ ମାଧ୍ୟମରେ ଚିକିତ୍ସା କ୍ଷେତ୍ରରେ ଉତ୍କର୍ଷତା ଆଣିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ବାୟୋମେରିଅକ୍ସର ମେଡିକାଲ୍ ଆଫେୟାର୍ସ ଲିଡ, ବିଶିଷ୍ଟ ଅତିଥି ବକ୍ତା ଡାକ୍ତର ଦେବଜାନୀ ଦେ’ଙ୍କ ଦ୍ୱାରା ପ୍ରଦତ ଏକ ଜ୍ଞାନବର୍ଦ୍ଧକ ଅଭିଭାଷଣ। ଏହି ଉପସ୍ଥାପନ ପରେ ଉପସ୍ଥିତ ଶ୍ରୋତାମାନଙ୍କ ସହ ଏକ ପ୍ରଶ୍ନୋତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ସମସ୍ତ ଅତିଥି ଓ ମୁଖ୍ୟ ବକ୍ତାଙ୍କୁ ସମ୍ମାନିତ କରାଯିବା ସହ ଆୟୋଜକ କମିଟିର ସୁଚାରୁ ପରିଚାଳନା ଏବଂ ଭବିଷ୍ୟତର ମିଳିତ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମ ସମାପ୍ତି ଘୋଷଣା କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking