25.1 C
Bhubaneswar
Saturday, January 18, 2025
Homeଦେଶ ବିଦେଶବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ଆସନ୍ତା ବର୍ଷ ଧନୀ ହେବେ ଏହି ରାଶିର ଲୋକେ

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ: ଆସନ୍ତା ବର୍ଷ ଧନୀ ହେବେ ଏହି ରାଶିର ଲୋକେ

ନୂଆଦିଲ୍ଲୀ: ଜ୍ୟୋତିଷାସ୍ତ୍ରବିତ୍ ଏବଂ ବୈଜ୍ଞାନିକମାନେ ଅନେକ ସମୟରେ ପୃଥିବୀ ଉପରେ ଥିବା ବିପଦ ବିଷୟରେ ଅନେକ ପ୍ରକାର ଆକଳନ କରିଥାନ୍ତି । ସେହିଭଳି ବିଶ୍ୱର ବଡ଼ ବଡ଼ ଭବିଷ୍ୟବକ୍ତାଙ୍କ ମଧ୍ୟରୁ ଅନ୍ୟତମ ବୁଲଗେରିଆର ବାବା ଭେଙ୍ଗା । ବୁଲଗେରିଆର ଏହି ଜଣାଶୁଣା ଭବିଷ୍ୟ ବକ୍ତା ଅତୀତରେ ଯାହା କହିଛନ୍ତି, ଅନେକାଂଶରେ କିଛି ସତରେ ପରିଣତ ହୋଇଛି । ତାଙ୍କ ଜୀବନ କାଳରେ ସେ ଜଣେ ପରାମର୍ଶଦାତା ଭାବରେ ଲୋକପ୍ରିୟତା ହାସଲ କରିଥିଲେ । ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଏବଂ ୯/୧୧ ଆକ୍ରମଣ ଭଳି ଘଟଣାଗୁଡ଼ିକର ସଠିକ୍ ପୂର୍ବାନୁମାନ ପାଇଁ ସେ ଖୁବ ଜଣାଶୁଣା । ବାବା ଭେଙ୍ଗାଙ୍କ ଭବିଷ୍ୟ ବାଣୀକୁ ସମସ୍ତେ ବିଶ୍ୱାସ କରନ୍ତି । କାରଣ ତାଙ୍କର ଅନେକ ପୂର୍ବାନୁମାନ ସଠିକ ଭାବରେ କରିଛନ୍ତି । ବାବା ଭେଙ୍ଗା ମଧ୍ୟ ଆଗାମୀ ଦଶନ୍ଧୀ ଦଶନ୍ଧୀ ପାଇଁ ପୃଥିବୀକୁ ଆସୁଥିବା ବଡ଼ ବଡ଼ ବିପଦ ଉପରେ ଅନେକ ଭବିଷ୍ୟବାଣୀ ଦେଇଛନ୍ତି । ଏହାରି ଭିତରେ ସେ ୨୦୨୫ ବର୍ଷ ପାଇଁ ମଧ୍ୟ ଭବିଷ୍ୟବାଣୀ କରିଛନ୍ତି । ବାବା ଭେଙ୍ଗାଙ୍କ ଅନୁଯାୟୀ, ଏହି ପାଞ୍ଚଟି ରାଶିର ଲୋକମାନେ ୨୦୨୫ ମସିହାରେ ଆର୍ôଥକ ବୃଦ୍ଧି ହେବାର ସମ୍ଭାବନା ଅଛି ତେବେ ଆସନ୍ତୁ ଏହି ରାଶିଗୁଡିକ ବିଷୟରେ ଜାଣିବା..

ମେଷ ରାଶି: ମେଷରାଶିର ଲୋକମାନେ ଖୁବ ଉଚ୍ଚାଭିଳାଷୀ ଏବଂ ଉଦ୍‌ଯୋଗୀ ହୋଇଥାନ୍ତି ୨୦୨୫ ମସିହାରେ ସେମାନଙ୍କ ଆର୍ôଥକ ବ୍ୟବସ୍ଥା ସୁଧୁରିବାକୁ ଯାଉଛି । ବାବା ଭେଙ୍ଗାଙ୍କ ଅନୁଯାୟୀ ଆସନ୍ତା ବର୍ଷ ଆପଣଙ୍କ ଭାଗ୍ୟୋଦୟ ହେବା ସହ ଆର୍ôଥକ ସଫଳତା ହାସଲ ହେବ । ୨୦୨୫ ମେଷରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବହୁତ ଭାଗ୍ୟବାନ ବୋଲି ପ୍ରମାଣିତ ହେବାକୁ ଯାଉଛି । ଆସନ୍ତା ବର୍ଷ ଏହି ରାଶିର ରାଶିର ଲୋକମାନେ ବହୁତ ଶକ୍ତିଶାଳୀ ସ୍ଥିତିରେ ରହିବେ । ମେଷ ରାଶିର ଲୋକମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ । ଏହା ସହିତ ସମାଜରେ ଆପଣଙ୍କର ସ୍ଥିତି ମଧ୍ୟ ବୃଦ୍ଧି ପାଇବ ।

ବୃଷ ରାଶି: ବୃଷ ରାଶି ଲୋକଙ୍କ ପାଇଁ ୨୦୨୫ ବର୍ଷ ଆପଣଙ୍କୁ ଆର୍ôଥକ ସ୍ଥିରତା ଦେବ । ଏହି ବର୍ଷ ଆପଣ ନିଜ କଠିନ ପରିଶ୍ରମର ସମ୍ପୂର୍ଣ୍ଣ ଫଳ ପାଇବାକୁ ଯାଉଛି । ଆସନ୍ତା ବର୍ଷ ଆପଣ ଦୀର୍ଘ ସମୟ ଧରି କରିଆସୁଥିବା କଠିନ ପରିଶ୍ରମର ଭଲ ଫଳାଫଳ ପାଇବେ ଏବଂ ଆର୍ôଥତ ଉନ୍ନତି ହେବ। ବୃଷ ରାଶିର ବ୍ୟକ୍ତିଙ୍କୁ ସମସ୍ତ ପ୍ରକାରର ଖୁସି ମିଳିବ ।

ମିଥୁନ ରାଶି: ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ମିଥୁନ ରାଶିର ଲୋକମାନେ ୨୦୨୫ ବର୍ଷ ଅନେକ ସୁବର୍ଣ୍ଣ ସୁଯୋଗ ପାଇବାକୁ ଯାଉଛନ୍ତି । ଏହା ବ୍ୟତୀତ ଆସନ୍ତା ବର୍ଷ ଏହି ରାଶି ଥିବା ଲୋକମାନେ ଆର୍ôଥକ ସମସ୍ୟାରୁ ମୁକ୍ତି ପାଇବେ । ଆସନ୍ତା ବର୍ଷ ଆପଣ ବିପୁଳ ଆର୍ôଥକ ଲାଭ ପାଇବାର ମଧ୍ୟ ସମ୍ଭାବନା ଅଛି । ଖାଲି ସେତିକି ନୁହେଁ ଏହି ରାଶିର ଲୋକଙ୍କୁ ମନ ମୁତାବକ କାମ କରିବାର ମୌକା ମିଳିବ । ବିଗିଡି ଯାଇଥିବା କାମ ଠିକ୍‌? ହୋଇଯିବ ।

କର୍କଟ ରାଶି: କର୍କଟ ରାଶି ଜାତକଙ୍କ ପାଇଁ ୨୦୨୫ ମସିହା ବହୁତ ଉତ୍ସାହର ବର୍ଷ ହେବ । ଏହି ରାଶିର ଲୋକେ ଅଳ୍ପ ପରିଶ୍ରମ କଲେ ବି ଅପାର ସଫଳତା ଲାଭ କରିବେ । ଯାହା ଦ୍ୱାରା ଆପଣଙ୍କୁ ଭଲ ଅର୍ଥ ପ୍ରାପ୍ତି ମଧ୍ୟ ହେବ । ଆସନ୍ତା ବର୍ଷ ଆପଣଙ୍କ ଜୀବନରେ ଅନେକ ସକାରାତ୍ମକତା ଭରିଯିବ ଯେଉଁଥିପାଇଁ ଆପଣ ବେଶ ଖୁସି ଏବଂ ଶାନ୍ତିରେ ରହିବେ ।

କୁମ୍ଭ ରାଶି: ୨୦୨୫ ମସିହାରେ, କୁମ୍ଭ ରାଶିର ଲୋକମାନଙ୍କ ପାଇଁ ଖୁବ ଭଲ ହେବାକୁ ଯାଉଛି । ଶନିଙ୍କ ପ୍ରଭାବ ସେମାନଙ୍କର ସଂକଳ୍ପକୁ ଦୃଢ଼ କରିବ ଏବଂ ଅନେକ ଦିନ ହେବ କରୁଥିବା ଯୋଜନା ସଫଳ ହେବ । ଆସନ୍ତା ବର୍ଷ ଏହି ରାଶିର ଲୋକେ ବିଶେଷ ଭାବରେ କଳା, ପ୍ରଯୁକ୍ତିବିଦ୍ୟା କିମ୍ବା ବିଜନେସରେ ଆର୍ôଥକ ଉନ୍ନତି ପାଇବାର ସମ୍ଭାବନା ରହିଛି । ବାବା ଭେଙ୍ଗାଙ୍କ ପୂର୍ବାନୁମାନ ଅନୁଯାୟୀ, ସେମାନେ ୨୦୨୫ ରେ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking