ବିହାର : ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବିହାର ଜାମୁଇରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାମନ୍ତ୍ରୀ ଅଭିଭାଷଣ ରଖିଥିଲେ । ସାରା ଦେଶରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ ହେଉଛି । ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଆଦିବାସୀଙ୍କୁ ପ୍ରଣାମ ଜଣାଇଛନ୍ତି । ଏହା ସହିତ ଜନ ଜାତୀୟ ଗୌରବ ଦିବସରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଜିଠୁ ସାରା ଦେଶରେ ବିର୍ସା ଜୟନ୍ତୀ ପାଳନ ହେବ । ଗୋଟିଏ ବର୍ଷ ଧରି ଏହି ଜୟନ୍ତୀ ପାଳନ କରାଯିବ । ଆଜିର ଦିନ ଏକ ଐତିହାସିକ ଦିନ କହିଛନ୍ତି ମୋଦୀ । ଗୋଟିଏ ପରିବାର ସ୍ୱାଧୀନତାର ଶ୍ରେୟ ନେଉଛି । ଦେଶକୁ ଦ୍ରୌପଦୀ ମୁର୍ମୁଙ୍କ ଭଳି ରାଷ୍ଟ୍ରପତି ମିଳିଛି । ଆଦିବାସୀଙ୍କ ଉନ୍ନତି ପାଇଁ ବହୁଥର ଆଲୋଚନା କରିଛନ୍ତି । ଜମଜାତିଙ୍କ ବିକାଶ ପାଇଁ ଅନେକ କାମ ହେଉଛି । ସରକାର ଆଦିବାସୀଙ୍କ ବିକାଶ ପାଇଁ ବଦ୍ଧ ପରିକର । ଆଦିବାସୀଙ୍କ ଉନ୍ନତି ପାଇଁ ଛଅ ହଜାର କୋଟିକ ପ୍ରକଳ୍ପ ଶୁଭାରମ୍ଭ ହୋଇଛି ।