ବ୍ୟୁରୋ : ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ନିକଟ ଜଡିଦା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ଏକ ଗଛରେ ବସ ପିଟି ହୋଇଛି । ଭାଗ୍ୟ ବଶତଃ ୨୫ ଜଣ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଆଡି ସକାଳେ ନୀଳ ମାଧବ ନାମକ ଏକ ବସ ଯାତ୍ରୀ ମାନଙ୍କୁ ନେଇ ଉଦଳାରୁ ଠାକୁରମୁଣ୍ଡା ଅଭିମୁଖେ ଯାଉଥିଲା । ଜଡିଦା ଛକ ନିକଟରେ ବସଟି ରାସ୍ତା କଡକୁ ଖସି ଯାଇ ଏକ ଗଛରେ ପିଟି ହୋଇଯାଇଥିଲା । ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ । ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲେ । ପରେ ଯାତ୍ରୀମାନେ ଅନ୍ୟ ଏକ ବସରେ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯାଇଥିଲେ ।