ଗଜପତି: ଗଜପତି ଜିଲ୍ଲାର ପ୍ରସିଦ୍ଧ ମହେନ୍ଦ୍ର ମେଳା ଆଜି ଶେଷ ହେବାକୁ ଯାଉଛି । ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ସମଗ୍ର ମହେନ୍ଦ୍ରଗିରି ଅଞ୍ଚଳ ଭକ୍ତିମୟ ପରିବେଶରେ ମୁଖରିତ ହୋଇ ଉଠୁଛି । ପବିତ୍ର ମହେନ୍ଦ୍ର ଶିଖରରେ ଆୟୋଜିତ ଏହି ମେଳାକୁ ଦେଖିବା ପାଇଁ ଦେଶର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁମାନେ ଆସି ପହଞ୍ଚିଛନ୍ତି । ପ୍ରଥମ ଥର ପାଇଁ ମହେନ୍ଦ୍ର ଶିଖରରେ ଏତେ ବଡ ଭବ୍ୟ ଆୟୋଜନ ହୋଇଥିବାରୁ ଭକ୍ତମାନଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଉତ୍କଣ୍ଠା ଦେଖିବାକୁ ମିଳିଛି । ପୂଜାପାଠ, ଭଜନ, କୀର୍ତ୍ତନ ଓ ଧାର୍ମିକ ଅନୁଷ୍ଠାନରେ ସମଗ୍ର ପରିବେଶ ଭରିଯାଇଛି । ପ୍ରଶାସନ ପକ୍ଷରୁ ସୁରକ୍ଷା ଓ ଭିଡ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ମେଳା ଶେଷ ହେବା ସହ ଭକ୍ତମାନେ ପବିତ୍ର ମହେନ୍ଦ୍ରଗିରିରୁ ଅନୁଭୂତି ନେଇ ଫେରିବେ ବୋଲି ଆଶା କରାଯାଉଛି ।










