30.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶଜମ୍ମୁକଶ୍ମୀରରେ ଘାଟିରୁ ଖସିଲା ସେନା ଗାଡ଼ି: ୩ ଜବାନ ସହିଦ

ଜମ୍ମୁକଶ୍ମୀରରେ ଘାଟିରୁ ଖସିଲା ସେନା ଗାଡ଼ି: ୩ ଜବାନ ସହିଦ

ଶ୍ରୀନଗର: ଜମ୍ମୁକଶ୍ମୀର ବଡଗାମରେ ଘାଟିରେ ଘଟିଛି ସଡକ ଦୁର୍ଘଟଣା। ଏକ ସେନା ଗାଡ଼ି ଦୁର୍ଘଟଣାର ଶିକାର ହେବା ପରେ ୩ ଜଣ ବିଏସଏଫ୍ ଯବାନ ସହିଦ ହୋଇଛନ୍ତି। କେବଳ ସେତିକି ନୁହେଁ, ତାଙ୍କ ସହ ୩୦ରୁ ଅଧିକ ଜଣ ଆହତ ହୋଇଥିବା ସୂଚନା ରହିଛି। ଏମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଥିବା ଜଣାପଡ଼ିଛି। ସୂଚନାରୁ ପ୍ରକାଶ ଯେ, ସେନା ଗାଡ଼ିଟି ଯାତ୍ରା କରୁଥିବା ବେଳେ ବସ୍‌ଟି ବୁଧଗାମ ଜିଲ୍ଲାର ଏକ ଘାଟରେ ଖସି ପଡ଼ିଥିଲା। ଗାଡ଼ିଟି ଖସିପଡ଼ିବାରୁ ସେଥିରେ ଥିବା ସୀମା ସୁରକ୍ଷା ବଳର ୩ ଜଣ ଜବାନ ଘଟଣାସ୍ଥଳରେ ହିଁ ସହିଦ ହୋଇ ଯାଇଥିଲେ। ତା’ପ‌ରେ ଘଟଣାସ୍ଥଳରୁ ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking