25.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶଘାରିଲା ମଙ୍କିପକ୍ସ ଭୟ, ଦେଶର ସବୁ ବିମାନ ବନ୍ଦରକୁ ଆଲର୍ଟ ଜାରି କଲେ କେନ୍ଦ୍ର ସରକାର

ଘାରିଲା ମଙ୍କିପକ୍ସ ଭୟ, ଦେଶର ସବୁ ବିମାନ ବନ୍ଦରକୁ ଆଲର୍ଟ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପଡୋଶୀ ଦେଶ ବାଂଲାଦେଶ, ପାକିସ୍ତାନ ଏବଂ ଆଫ୍ରିକୀୟ ଦେଶରେ ମଙ୍କିପକ୍ସ ରୋଗ ଚିହ୍ନଟ ପରେ ଦେଶକୁ ଘାରିଲା ମଙ୍କିପକ୍ସ ଭୟ । ଆକ୍ରାନ୍ତ ଚିହ୍ନଟ ନହେବା ପୂର୍ବରୁ ତତ୍ପରତା ପ୍ରକାଶ କଲେ କେନ୍ଦ୍ର ସରକାର । ମଙ୍କିପକ୍ସ ପାଇଁ ଦେଶର ସବୁ ବନ୍ଦର, ବିମାନ ବନ୍ଦର ଓ ସୀମାକୁ ସତର୍କ ସୂଚନା ଜାରି କରାଯାଇଛି । ମଙ୍କିପକ୍ସ ମାମଲା ଉପରେ ନଜର ରଖିବାକୁ ସମସ୍ତ ରାଜ୍ୟର ସରକାରଙ୍କୁ କୁହାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମାଙ୍କିପକ୍ସ ମାମଲା ଚିହ୍ନଟ ହୋଇନାହିଁ । କିନ୍ତୁ ଏହା ପୂର୍ବରୁ ଦିଲ୍ଲୀର ତିନୋଟି ଡାକ୍ତରଖାନାରେ ଆଇସୋଲେସନ ୱାର୍ଡ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆରଏମଏଲ, ସଫଦରଜଙ୍ଗ ଏବଂ ଲେଡି ହୋର୍ଡିଙ୍ଗ ମେଡିକାଲ କଲେଜ ଏଥିରେ ଅନ୍ତର୍ଭୁକ୍ତ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମଙ୍କିପକ୍ସ ଭାଇରସ ନେଇ ଗତକାଲି କିଛି ଅଧିକାରୀ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ବୈଠକ କରାଯାଇଥିଲେ । ପୂର୍ବରୁ ବ୍ୟାପିଥିବା ଭାଇରସ ଠାରୁ ମଙ୍କିପକ୍ସ ଖୁବଶୀଘ୍ର ବ୍ୟାପୁଛି ।

ଏହି ଭାଇରସରେ ସଂକ୍ରମିତ ହେଲେ ମୃତ୍ୟୁ ହେବାର ଆଶଙ୍କା ଅଧିକ ଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି । କିନ୍ତୁ ଏହି ଭାଇରସ ଭାରତରେ ପ୍ରଭାବ ପକାଇବାର ସମ୍ଭାବନା ବହୁତ କମ୍ ରହିଛି । କୋରୋନା ସହିତ ମଙ୍କିପକ୍ସର କୌଣସି ସମ୍ବନ୍ଧ ନଥିବା ବିଶେଷଜ୍ଞ କହିଛନ୍ତି । ମଙ୍କିପକ୍ସ ସନ୍ଦିଗ୍ଧଙ୍କ ପରୀକ୍ଷା ପାଇଁ ଓଉଗଜ ର ୩୨ ଲ୍ୟାବରେ ବ୍ୟବସ୍ଥା କରାଯାଇଛି । ସମସ୍ତ ଡାକ୍ତରଖାନାରେ ମଧ୍ୟ ନୋଡାଲ ଅଧିକାରୀ ନିୟୋଜିତ କରାଯାଇଛି । ମଙ୍କିପକ୍ସର ଲକ୍ଷଣ ଚିକେନ୍ ପକ୍ସ ସହିତ ସମାନ । ଏଥିରେ ଆକ୍ରାନ୍ତ ହେଲେ ଶରୀରରେ ନାଲି ଦାଗ ହେବା ସହ ସେହି ସ୍ଥାନ ଫୁଲି ଯିବ । ଜେବର ଲାଗି ରହିବା ସହ ଶରୀର ଦରଜ ରହିବ । ଆଫ୍ରିକାରେ ମଙ୍କିପକ୍ସ ମାଡି ଚାଲିଥିବା ବେଳେ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ରେ ଗ୍ଲୋବାଲ ହେଲ୍ଥ ଏମରଜେନ୍ସି ବା ବୈଶିକ ଜନସ୍ୱାସ୍ଥ୍ୟ ଜରୁରୀ ସ୍ଥିତି ଘୋଷଣା କରିଛି । ସାରା ବିଶ୍ୱକୁ ଏହି ଭାଇରସ ବ୍ୟାପି ପାରେ ବୋଲି ଚେତାଇ ଦେଇଛି ହୁ । ବର୍ତ୍ତମାନ ସୁଦ୍ଧା ଏହି ଭାଇରସ ୧୧୬ ଦେଶକୁ ପ୍ରଭାବିତ କରିସାରିଛି । ଚଳିତବର୍ଷ ଆଫ୍ରିକାରେ ୫୨୪ ଜଣଙ୍କ ମୃତ୍ୟୁ ହୋଇଛି । ଯାହା କି ଗତବର୍ଷ ଠାରୁ ଅଧିକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking