28.4 C
Bhubaneswar
Tuesday, June 23, 2026
Homeଦେଶ ବିଦେଶସଡକ ଦୁର୍ଘଟଣା: ୬ କାଉଡ଼ିଆ ମୃତ

ସଡକ ଦୁର୍ଘଟଣା: ୬ କାଉଡ଼ିଆ ମୃତ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ବାଗଡୋଗରା ନିକଟରେ କାଉଡ଼ିଆଙ୍କ ଉପରେ ଚଢ଼ିଗଲା ଏସ୍‌ୟୁଭି। ଫଳରେ ଘଟଣାସ୍ଥଳରେ ହିଁ ୬ ଜଣ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଶ୍ରାବଣ ମାସ ଶେଷ ସୋମବାର ହୋଇଥିବା ଯୋଗୁ ବାବାଧାମରେ ଭଗବାନ ଶିବଙ୍କ ନିକଟରେ ଜଳଲାଗି କରି ଏସ୍‌ୟୁଭିରେ କିଛି କାଉଡିଆ ସିକ୍କିମ ଯାଇଉଥିଲେ। ଅନ୍ୟପଟେ ବାଗଡୋଗରା ରିଜର୍ଭ ଫରେଷ୍ଟ ସ୍ଥିତ ଜଙ୍ଗଲି ବାବା ମନ୍ଦିର ଆଡକୁ ଚାଲି ଚାଲି କିଛି କାଉଡିଆ ଜଳ ନେଇ ଯାଉଥିଲେ।ଏହି ସମୟରେ ଉକ୍ତ ଏସ୍‌ୟୁଭି ଦ୍ରୁତ ଗତିରେ ଆସି ନିୟନ୍ତ୍ରଣ ହରାଇ ରାସ୍ତାରେ ଯାଉଥିବା କାଉଡିଆଙ୍କୁ ଦଳି ଦେଇ ରାସ୍ତାକଡକୁ ଓଲଟି ପଡିଥିଲା। ଏଥିରେ ଘଟଣାସ୍ଥଳରେ ହିଁ ୬ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଛି। ସେହିପରି ଏସ୍‌ୟୁଭିରେ ଥିବା ସମସ୍ତ କାଉଡିଆ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବାବାଧାମରୁ ଆସୁଥିବା କାରଟି ନିୟନ୍ତ୍ରଣ ହରାଇ ଜାତୀୟ ରାଜପଥ ୩୧ରେ ଚାଲୁଥିବା କାଉଡିଆଙ୍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking