33.3 C
Bhubaneswar
Tuesday, June 23, 2026
Homeଓଡିଶାଅନାସ୍ଥା ଭୋଟ ହାରିଗଲେ ଅଧ୍ୟକ୍ଷା

ଅନାସ୍ଥା ଭୋଟ ହାରିଗଲେ ଅଧ୍ୟକ୍ଷା

ଭବାନୀପାଟଣା: କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକାରେ ସୋମବାର ପୂର୍ବାହ୍ନ ୧୧ ଟାରେ ଅନାସ୍ଥା ଭୋଟ ଗ୍ରହଣ କରାଯାଇଥିଲା। ସ୍ଥାନୀୟ ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରାଙ୍କ ବିପକ୍ଷରେ ସମସ୍ତ ୨୦ କାଉନସିଲର ଭୋଟ୍‌ ଦେଇଥିଲେ ବୋଲି ଉପାଧ୍ୟକ୍ଷା ବିଷ୍ଣୁ ପ୍ରଧାନ ପ୍ରକାଶ କରିଛନ୍ତି। ଏଥିରେ ବିଜେଡିର ୧୮ କାଉନସିଲର ସମେତ ଭାଜପା ଓ କଂଗ୍ରେସର ଜଣେ ଲେଖାଏ କାଉନସିଲର ରହିଥିଲେ। ଅନାସ୍ଥା ପ୍ରସ୍ତାବରେ ଅଧ୍ୟକ୍ଷା ହାରିବା ପରେ କାଉନସିଲରମାନେ ବାଣ ଫୁଟାଇ ସ୍ଥାନୀୟ ପୌରପାଳିକା ଆଗରେ ଖୁସି ଜାହିର କରିଛନ୍ତି। ଏହା ସମସ୍ତ କାଉନସିଲର ଏକତାର ବିଜୟ ବୋଲି କହିଛନ୍ତି ଉପାଧ୍ୟକ୍ଷା ବିଷ୍ଣୁ ପ୍ରଧାନ। ଅନ୍ୟପକ୍ଷରେ ବିଜେଡି ପୌରାଧ୍ୟକ୍ଷା ପାଇଁ ବିଜେଡି କାଉନସିଲର କାଳ ସାଜିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking