28.4 C
Bhubaneswar
Tuesday, June 23, 2026
Homeଦେଶ ବିଦେଶପୂଜା ଖେଡକରଙ୍କୁ ଅଶ୍ଵସ୍ତି

ପୂଜା ଖେଡକରଙ୍କୁ ଅଶ୍ଵସ୍ତି

ନୂଆଦିଲ୍ଲୀ : ସୋମବାର ଦିନ ଦିଲ୍ଲୀ ହାଇକୋର୍ଟ ପୂର୍ବତନ ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ଗିରଫଦାରୀରୁ ଅଗଷ୍ଟ ୨୧ ତାରିଖ ପର୍ୟ୍ୟନ୍ତ ସୁରକ୍ଷା ପ୍ରଦାନ କରିଛନ୍ତି। ପରବର୍ତ୍ତୀ ଶୁଣାଣି ତାରିଖ ପର୍ୟ୍ୟନ୍ତ ଦିଲ୍ଲୀ ପୁଲିସକୁ ତାଙ୍କୁ ହେପାଜତରେ ନନେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କେଡକର ୟୁନିୟନ୍‌ ପବ୍ଲିକ୍‌ ସର୍ଭି କମିସନ୍‌ (ୟୁପିଏସସି) ପରୀକ୍ଷା ପାଥଇଁ ଆବେଦନ କରିଥିବା ଫର୍ମରେ ଭୁଲ ତଥ୍ୟ ଉପସ୍ଥାପନ କରିଥିବା ଅଭିଯୋଗ ହେବା ପରେ ବିବାଦରେ ରହିଛନ୍ତି।ପୂଜା ଖେଡକରଙ୍କ ଜାମିନ ଆବେଦନ କରିଥିବା ଶୁଣାଣି ବେଳେ ଜଷ୍ଟିସ୍ ସୁବ୍ରମଣ୍ୟମ୍ ପ୍ରସାଦ ଏହି ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩-ବ୍ୟାଚ୍ ଆଇଏଏସ୍ ଅଧିକାରୀ ଖେଡକର ତାଙ୍କର ନାମ, ପିତାମାତାଙ୍କ ନାମ, ଫଟୋଗ୍ରାଫ୍, ଦସ୍ତଖତ, ଇମେଲ୍ ଆଇଡି, ମୋବାଇଲ୍ ନମ୍ବର ଏବଂ ଠିକଣା ବଦଳାଇବା ଆଦି ପରିବର୍ତ୍ତନ କରି ତଥ୍ୟ ଜମା କରିଥିବା ଅଭିଯୋଗ ହୋଇଥିଲା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking