15.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଆଶ୍ରୟ ସ୍ଥଳ ସାଜିଛି ମୃତ୍ୟୁର ଘର: ମାଜିଷ୍ଟ୍ରେଟ୍‌ସ୍ତରୀୟ ତଦନ୍ତ ନିର୍ଦ୍ଦେଶ; ୨୦ ଦିନରେ ୧୩ ପିଲା...

ଆଶ୍ରୟ ସ୍ଥଳ ସାଜିଛି ମୃତ୍ୟୁର ଘର: ମାଜିଷ୍ଟ୍ରେଟ୍‌ସ୍ତରୀୟ ତଦନ୍ତ ନିର୍ଦ୍ଦେଶ; ୨୦ ଦିନରେ ୧୩ ପିଲା ମୃତ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା “ଆଶା କିରଣ” ନାମକ ଏକ ମାନସିକ ବିକୃତି ସୁଧାର କେନ୍ଦ୍ର ବା ଆଶ୍ରୟ ସ୍ଥଳରୁ ଏକ ବଡ଼ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି । ଗତ ୨୦ ଦିନ ମଧ୍ୟରେ ଏହି ଆଶ୍ରୟ ସ୍ଥଳରୁ ୧୩ ପିଲାଙ୍କ ମୃତ୍ୟୁ ହୋଇସାରିଛି । ସେହିପରି ଏଠାରେ ଚଳିତ ବର୍ଷ ଜାୁନଆରୀରୁ ଏଯାବତ୍ ୨୭ ପିଲା ମୃତ୍ୟୁମୁଖରେ ପଡ଼ିଛନ୍ତି । ଏପରି ଏକ ଭୟଙ୍କର ସୂଚନା ସାମ୍ନାକୁ ଆସିବା ପରେ ଦିଲ୍ଲୀ ସରକାର ଓ ପ୍ରଶାସନ ତତ୍ପର ହୋଇଉଠିଛନ୍ତି । ନିକଟରେ ଏକ ସବ୍ ଡିଭିଜିନାଲ ମାଜିଷ୍ଟ୍ରେଟ୍ (ଏସ୍‌ଡିଏମ୍‌)ଙ୍କ ଦ୍ୱାରା କରାଯାଇଥିବା ଅନୁଧ୍ୟାନରୁ ଏପ୍ରକାର ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି ।
ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଆଶ୍ରୟ ଗୃହରେ ମୁଖ୍ୟତଃ ମାନସିକସ୍ତରରେ ଦୁର୍ବଳ ତଥା ବିକଳାଙ୍ଗ ପିଲାମାନଙ୍କୁ ରଖାଯାଇ ସେମାନଙ୍କୁ ମନୋବିଜ୍ଞାନ ଉପାୟରେ ସୁସ୍ଥ କରିବାକୁ ପ୍ରୟାସ କରାଯାଇଥାଏ । ତେବେ ଗତ ୨୦ ଦିନ ମଧ୍ୟରେ ୧୩ ପିଲାଙ୍କ ଏପ୍ରକାର ଅସ୍ୱାଭାବିକ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ତେବେ କେଉଁ କାରଣରୁ ପିଲାମାନଙ୍କ ଏପ୍ରକାର ଅସ୍ୱାଭାବିକ ମୃତ୍ୟୁ ହେଉଛି ସେସମ୍ପର୍କରେ ସଠିକ୍ କାରଣ ଜଣାପଡିନଥିଲେ ମଧ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ କୁପୋଷଣ କାରଣରୁ ଏସବୁ ହୋଇଥିବା ଅନୁମାନ କରାଯାଉଛି । ତେବେ ଏସମ୍ପର୍କରେ ମନ୍ତ୍ରୀ ଆତିଶୀ କହିଛନ୍ତି, ଯଦି ସାମ୍ନାକୁ ଆସିଥିବା ରିପୋର୍ଟ ସତ୍ୟ ତେବେ ଏଠାରେ ଥିବା ପିଲାମାନଙ୍କୁ ଉଚିତ୍ ସୁବିଧା ସୁଯୋଗ ମିଳୁନାହିଁ ବୋଲି ବିବେଚନା କରାଯିବ । ସରକାର ଏଭଳି ଖାମଖିଆଲି ମନୋଭାବକୁ କଦାପି ବରଦାସ୍ତ କରିବେ ନାହିଁ । ଏହା ଏକ ବହୁତ ବଡ଼ ଗମ୍ଭୀର ପ୍ରସଙ୍ଗ ଏବଂ ଏଦିଗରେ ଗଭୀର ଭାବେ ଯାଞ୍ଚ୍ କରାଯିବ । କେବଳ ଏହି ଆଶ୍ରୟସ୍ଥଳ ନୁହେଁ ବରଂ ଦିଲ୍ଲୀରେ ଥିବା ଏପ୍ରକାର ସମସ୍ତ ଆଶ୍ରୟସ୍ଥଳ, ଆଶ୍ରମଗୁଡ଼ିକରେ ଯାଞ୍ଚ୍ କରାଯିବ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ପରିପ୍ରେକ୍ଷୀରେ ଆତିଶୀ, ଆଶା କିରଣ ଆଶ୍ରୟ କେନ୍ଦ୍ର ପରିପ୍ରେକ୍ଷୀରେ ମାଜିଷ୍ଟ୍ରେଟ୍‌ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷେ ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ଅଧ୍ୟକ୍ଷା ରେଖା ଶର୍ମା ଏହି ଘଟଣା ପାଇଁ ଆପ୍ ସରକାରଙ୍କ ଅବହେଳା ଦାୟୀ ବୋଲି ଅଭିଯୋଗ କରିଛନ୍ତି ।ସେ କହିଛନ୍ତି, \”ବର୍ଷ ବର୍ଷ ଧରି ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ଆଶା କିରଣ ଆଶ୍ରୟ ଗୃହ ସମସ୍ତ ଆଶା ହରାଇଛି । ଏଠାରେ ଥିବା ଅନ୍ତେବାସୀ ନାନା ସମସ୍ୟା ଭୋଗୁଛନ୍ତି, ଏପରିକି ସେମାନଙ୍କ ଜୀବନ ମଧ୍ୟ ଯାଉଛି । କିନ୍ତୁ ଦିଲ୍ଲୀ ସରକାର ଏଥିପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି । ଏପରିକି ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ରାତ୍ରୀ ଆଶ୍ରୟସ୍ଥଳଗୁଡ଼ିକର ମଧ୍ୟ ଅଡିଟ୍ କରାଯାଉନଥିବା ରେଖା ଶର୍ମା ଅଭିଯୋଗ କରିଛନ୍ତି ।
ଦିଲ୍ଲୀ ପୁଲିସ୍ ମଧ୍ୟ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି । ପିଲାମାନଙ୍କୁ ଦିଆଯାଉଥିବା ପାନୀୟ ଜଳର ଗୁଣାବତ୍ତା ଠାରୁ ଆରମ୍ଭ କରି ସବୁ ଦିଗ ଉପରେ ଦିଲ୍ଲୀ ପୁଲିସ୍ ଛାନ୍‌ବିନ୍ କରୁଛି । ଏବେ ମୃତ ପିଲାମାନଙ୍କ ପୋଷ୍ଟ ମର୍ଟମ ରିପୋର୍ଟ ଆସିବାକୁ ଦିଲ୍ଲୀ ପୁଲିସ୍ ଅପେକ୍ଷା କରିଛି । ପୋଷ୍ଟ ମୋର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking