26.1 C
Bhubaneswar
Wednesday, January 15, 2025
Homeଓଡିଶାଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ଗିରଫ କଲା ଭିଜିଲାନ୍ସ

ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ସୋମବାର ରାମଚନ୍ଦ୍ର ମିଶ୍ରଙ୍କ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା ଓଡ଼ିଶା ଭିଜିଲାନ୍ସର ୧୦ଟି ଟିମ୍ । ଏହା ପରେ ଖୋଲିଥିଲା ରାମଚନ୍ଦ୍ର ମିଶ୍ରଙ୍କ କଳା ଚିଠା । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସମ୍ପତ୍ତିର ହିସାବ କଲାବେଳକୁ ଭିଜିଲାନ୍ସ ଅଧିକାରୀ ମଧ୍ୟ ତାଜୁବ୍ ହୋଇଯାଇଥିଲେ । ରାମଚନ୍ଦ୍ର ମିଶ୍ରଙ୍କ ଆୟର ଉତ୍ସଠାରୁ ୧୭୨% ଊର୍ଦ୍ଧ୍ୱ ସମ୍ପତ୍ତି ଭିଜିଲାନ୍ସ ହାତରେ ଲାଗିଛି । ନିଜ ନାଁରେ ସମ୍ପତ୍ତି କରିବା ସହ ନିଜ ପତ୍ନୀ, ଭାଇ ଓ ପରିବାର ଲୋକଙ୍କ ନାଁରେ ଅମାପ ସମ୍ପତ୍ତି ରଖିଥିବା ଜଣାପଡିଥିଲା । ତାଙ୍କ ଠାରୁ ଜବତ ହୋଇଥିବା ସମ୍ପତ୍ତିର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିବାରୁ ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ସୂଚନା ମୁତାବକ ଶ୍ରୀ ମିଶ୍ରଙ୍କ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ୫୨ଟି ପ୍ଳଟ୍‌, ୬ଟି କୋଠା ଓ ୨ଟି ଫ୍ଲାଟ୍ ସହିତ ତାଙ୍କର ଗୋଟିଏ ରାଇସ୍ ମିଲ୍ । ଶ୍ରୀ ମିଶ୍ରଙ୍କର ୫୨ଟି ପ୍ଲଟ୍ ମଧ୍ୟରୁ ସମ୍ବଲପୁର ୨ଟି, ବଲାଙ୍ଗିର ୩ଟି ଓ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୪୭ଟି ପ୍ଲଟ୍ ଭିଜିଲାନ୍ସ ଟିମ୍ ହାତରେ ଲାଗିଛି । ସେହିପରି ୬ଟି କୋଠା ମଧ୍ୟରୁ ଭୁବନେଶ୍ୱରର ଆଇଗିଣିଆ ସ୍ଥିତ ଏମ୍‌ଆଇଜି-୩ରେ ଏକ ଡୁପ୍ଲେକ୍ସ ରହିଥିବା ବେଳେ ଭୁବନେଶ୍ୱରର ଖାରବେଳ ନଗରରେ ଥିବା ଚନ୍ଦ୍ରମା କମ୍ପେ୍ଲକ୍ସରେ ୨-ବିଏଚ୍‌କେ ଫ୍ଲାଟ୍ ରହିଛି । ବରଗଡ଼ର ବଦ୍ରିପ୍ରଶାଦ ଆପାର୍ଟମେଣ୍ଟରେ ଗୋଟିଏ ୨- ବିଏଚ୍‌କେ ଫ୍ଲାଟ ରହିଛି । ସେହପରି ବଲାଙ୍ଗିର ଠିକାଦାରପଡ଼ାରେ ଦୁଇଟି ତିନି ମହଲା ବିଶିଷ୍ଟ କୋଠା ସହିତ ଗୋଟିଏ ଏକ ମହଲା ଘର ରହିଛି । ସମ୍ବଲପୁର ଜିଲ୍ଲାର ବୁର୍ଲାରେ ତାଙ୍କର ଗୋଟିଏ ଦୁଇ ମହଲା ବିଶିଷ୍ଟ କୋଠା ଅଛି । ସେହିପରି ସୁବର୍ଣ୍ଣପୁରରେ ଗୋଟିଏ ଏକ ମହଲା ବିଶିଷ୍ଟ କୋଠା ଥିବା ବେଳେ ସୁବର୍ଣ୍ଣପୁର ତାରଭାରେ ଗୋଟିଏ ଅଚଳ ରାଇସ ମିଲ୍ ରହିଛି । ତତ୍‌ସହିତ ସୁବର୍ଣ୍ଣପୁରରେ ତାଙ୍କର ଗୋଟିଏ ଫାର୍ମ ହାଉସ୍ ଅଛି । ବ୍ୟାଙ୍କରେ ସେ ୪୩.୧୨ ଲକ୍ଷ ଟଙ୍କା ଜମା ରଖିଛନ୍ତି । ତାଙ୍କ ଘରୁ ୨୩୦ ଗ୍ରାମର ସୁନା ଅଳଙ୍କାର ଓ ୩୧୭ ଗ୍ରାମର ରୁପା ଅଳଙ୍କାର ଭିଜିଲାନ୍ସ ହାତରେ ଲାଗିଛି । ତାଙ୍କର ନଗଦ ଟଙ୍କା ସହିତ ୩ଟି ଦୁଇ ଚିକିଆ ଯାନ ସହିତ ୧୧.୨୫ ଲକ୍ଷ ଟଙ୍କାର ଗୃହଉପୋକରଣ ଭିଜିଲାନ୍ସ ହାତରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking