32.1 C
Bhubaneswar
Tuesday, October 13, 2026
Homeଓଡିଶାନବରାତ୍ରି ପୂଜାର ଆଜି ତୃତୀୟ ଦିନ: ଶକ୍ତିପୀଠରେ ଚାଲିଛି ଷୋଡ଼ଶ ଉପଚାର

ନବରାତ୍ରି ପୂଜାର ଆଜି ତୃତୀୟ ଦିନ: ଶକ୍ତିପୀଠରେ ଚାଲିଛି ଷୋଡ଼ଶ ଉପଚାର

ଭୁବନେଶ୍ୱର : ଶକ୍ତିପୀଠରେ ଚାଲିଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା । ମା’ଙ୍କ ଆରାଧନାରେ ମୁଖରିତ ହେଉଛି ପୂରା ପରିବେଶ । ଷୋଡ଼ଶ ଉପଚାର ପୂଜାର ଆଜି ଏକାଦଶ ଦିନ ହୋଇଥିବା ବେଳେ ନବରାତ୍ରି ପୂଜାର ଆଜି ତୃତୀୟ ଦିନ । ଏହି ଅବସରରେ ଆଜି ମା’ ଗଡ଼ଚଣ୍ଡୀ ତାରା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ପ୍ରତ୍ୟୁଷରୁ ମା’ଙ୍କ ପୀଠରେ ଆରମ୍ଭ ହୋଇଥିଲା ନୀତିକାନ୍ତି । ସକାଳ ମଙ୍ଗଳ ଆଳତି ଶେଷ ହେବା ପରେ ମା’ଙ୍କ ଦର୍ଶନ ପାଇଁ ଖୋଲିଥିଲା ଦ୍ୱାର । ମା’ଙ୍କ ଦିବ୍ୟ ତାରା ବେଶ ଦର୍ଶନ କରିବା ପାଇଁ ପୀଠରେ ଭକ୍ତମାନଙ୍କ ସମାଗମ ଦେଖିବାକୁ ମିଳିଛି। ଭକ୍ତି ଓ ଶ୍ରଦ୍ଧାର ସହ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ଶ୍ରଦ୍ଧାଳୁ । ନବରାତ୍ରିର ପବିତ୍ର ଅବସରରେ ମା’ଙ୍କ ବିଭିନ୍ନ ବେଶ ଓ ସ୍ୱତନ୍ତ୍ର ପୂଜାନୀତି ଭକ୍ତଙ୍କ ମନରେ ଆଧ୍ୟାତ୍ମିକ ଭାବନା ଭରିଦେଉଛି । ମା’ ଗଡ଼ଚଣ୍ଡୀଙ୍କ ଏହି ମନୋହର ବେଶ ଦର୍ଶନ ପାଇଁ ପୀଠରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking