32.1 C
Bhubaneswar
Tuesday, October 13, 2026
Homeଓଡିଶାକଲେଜ ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅନଶନ

କଲେଜ ନିର୍ବାଚନ ପୂର୍ବରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅନଶନ

ବ୍ରହ୍ମପୁର : କଲେଜ ନିର୍ବାଚନକୁ ନେଇ ଚଳଚଞ୍ଚଳ କ୍ୟାମ୍ପସ୍‌ । ଆଜି ସରିବ ନିର୍ବାଚନୀ ପ୍ରଚାର । ହାତରେ ଆଉ ଅଳ୍ପ ସମୟ ଥିବାରୁ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଜୋରଦାର ଉଦ୍ୟମ କରୁଛନ୍ତି ପ୍ରାର୍ଥୀ । ହେଲେ ନିର୍ବାଚନ ପୂର୍ବରୁ ବିଭିନ୍ନ କ୍ୟାମ୍ପସ୍‌ରେ ଦେଖିବାକୁ ମିଳିଛି ଉତ୍ତେଜନା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ରାଜନୈତିକ ହସ୍ତକ୍ଷେପ ଅଭିଯୋଗକୁ ନେଇ ତେଜିଛି ଅସନ୍ତୋଷ । ପ୍ରତିବାଦରେ ଗାନ୍ଧୀ ମୂର୍ତ୍ତି ତଳେ ଅନଶନରେ ବସିଛନ୍ତି ଛାତ୍ର । ଅନ୍ୟପଟେ ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ର ସଂଗଠନ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି ।ନିର୍ବାଚନ ପାଖେଇ ଆସୁଥିବା ବେଳେ କ୍ୟାମ୍ପସ୍‌ରେ ଏଭଳି ଘଟଣାକୁ ନେଇ ଚିନ୍ତା ବଢ଼ିଛି । ଗୋଟିଏ ପଟେ ପ୍ରଚାରର ଶେଷ ଦିନ, ଅନ୍ୟପଟେ ଅଭିଯୋଗ, ଅନଶନ ଓ ଛାତ୍ର ସଂଗଠନ ମଧ୍ୟରେ ବିବାଦ । ଏବେ ପ୍ରଶ୍ନ ଉଠୁଛି, ନିର୍ବାଚନ ପୂର୍ବରୁ କ୍ୟାମ୍ପସ୍‌ରେ ଶାନ୍ତି ଫେରିବ ତ? ନା ମତଦାନ ପୂର୍ବରୁ ଆହୁରି ବଢ଼ିବ ଉତ୍ତେଜନା?

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking