22.1 C
Bhubaneswar
Friday, February 13, 2026
Homeଓଡିଶାକାର୍‌-ଅଟୋ ମୁହାଁମୁହିଁ ଧକ୍କା ; ୮ ଆହତ

କାର୍‌-ଅଟୋ ମୁହାଁମୁହିଁ ଧକ୍କା ; ୮ ଆହତ

ସମ୍ବଲପୁର : କାର୍‌ ଓ ଅଟୋ ମୁହାଁମୁହିଁ ଧକ୍କା । ଫଳରେ ୮ ଜଣ ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ- ବଉଦ ରାସ୍ତାର ସୁଣ୍ଡିମୁଣ୍ଡା ନିକଟରେ ଘଟିଛି ଏହି ଦୁର୍ଘଟଣା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରଥଯାତ୍ରା ଦେଖିବା ପାଇଁ କଦଳୀଗଡ ପଞ୍ଚାୟତ ତନ୍ତଗାଡ ଗାଁର ଗୋଟିଏ ପରିବାରରେ ୧୦ ଜଣ ଅଟୋ ଯୋଗେ ରେଢ଼ାଖୋଲ ଆସିଥିଲେ। ରାତିରେ ରଥଯାତ୍ରା ଦେଖି ଘରକୁ ଫେରିଲା ବେଳେ ରେଢ଼ାଖୋଲ – ବଉଦ ରାସ୍ତା ନିକଟରେ ଅଟୋ ସହ କାର୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରେ ୪ ଜଣ ଶିଶୁ , ଦୁଇ ଜଣ ମହିଳା , ଓଟୋ ଓ କାର ଡ୍ରାଇଭର ଥିବା ଜଣାଯାଇଛି। କାର ଡ୍ରାଇଭର ଓ ଅଟୋରେ ଥିବା ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତମାନଙ୍କୁ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking