35.1 C
Bhubaneswar
Sunday, May 10, 2026
Homeଦେଶ ବିଦେଶକଙ୍ଗନାଙ୍କୁ ଚାପୁଡ଼ା ମାରିବା ଘଟଣା : କନଷ୍ଟେବଳ ହେଲା ବଦଳି

କଙ୍ଗନାଙ୍କୁ ଚାପୁଡ଼ା ମାରିବା ଘଟଣା : କନଷ୍ଟେବଳ ହେଲା ବଦଳି

ନୂଆଦିଲ୍ଲୀ : ଚଣ୍ଡୀଗଡ଼ ବିମାନବନ୍ଦରରୁ ଦିଲ୍ଲୀ ଯିବା ପାଇଁ ଯାତ୍ରା କରୁଥିବା ବେଳେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ୍‌ ସିଆଇଏସ୍‌ଏଫ୍‌ର କନଷ୍ଟେବଳ କୁଲବିନ୍ଦର କୌର ଅଭିନେତ୍ରୀଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ। ଏହି ଘଟଣାକୁ ନେଇ କଙ୍ଗନା ଓ କୁଲବିନ୍ଦରଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। ଅଭିନେତ୍ରୀଙ୍କ ଟିମ କଙ୍ଗନାଙ୍କୁ ବୁଝାଇ ବିମାନ ଅଭିମୁଖେ ନେଇ ଯାଇଥିଲେ। ଦିଲ୍ଲୀରେ ପହଞ୍ଚିବା ପରେ ସିଆଇଏସ୍‌ଏଫ୍‌ର ଉଚ୍ଚ ଅଧିକାରୀଙ୍କ ନିକଟରେ ଏହି ଘଟଣାର ଅଭିଯୋଗ କରିବା ସହିତ ଉକ୍ତ ସୁରକ୍ଷାକର୍ମୀଙ୍କ ବି‌ରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ କଙ୍ଗନା। ପୁଲିସ ଏହି ଘଟଣାର ଯାଞ୍ଚ କରି କୁଳବିନ୍ଦରଙ୍କ କୌରଙ୍କୁ ଗିରଫ କରିଥିଲା। ଏହାପରେ କୁଳବିନ୍ଦରଙ୍କ କୌର ଜାମିନରେ ବାହାରକୁ ଆସିଥିଲେ। ତାଙ୍କୁ ଚାକିରିରୁ ନିଳମ୍ବନ କରି ଦିଆଯାଇଥିଲା। ଏବେ ଶୁଣିବାକୁ ମିଳିଛି କୁଳବିନ୍ଦରଙ୍କ କୌରଙ୍କ ବଦଳି କରି ଦିଆଯାଇଛି। ଏଥିସହିତ କୁଳବିନ୍ଦରଙ୍କ କୌରଙ୍କ ସ୍ବାମୀଙ୍କୁ ବି ଚାକିରିରେ ଅନ୍ୟ ସ୍ଥାନକୁ ବଦଳି କରାଯାଇଥିବା ଖବର ମିଳିଛି। କଙ୍ଗନାଙ୍କୁ ଚାପୁଡ଼ା ମରାଯିବା ପରେ କୁଲବିନ୍ଦରଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ସେ କୃଷକ ମାନଙ୍କ ବିରୋଧରେ ଦେଇଥିବା ଏକ ମନ୍ତବ୍ୟକୁ ନେଇ କଙ୍ଗନାଙ୍କୁ ଚାପୁଡ଼ା ମାରିଥିଲେ ବୋଲି ସ୍ପଷ୍ଟ କରି କହିଥିଲେ। କାରଣ ଅନେକ ଦିନରୁ ତାଙ୍କର କଙ୍ଗନାଙ୍କ ଉପରେ ରାଗ ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking