28.1 C
Bhubaneswar
Thursday, May 7, 2026
Homeଓଡିଶାରାଜନୈତିକ ଓ ପ୍ରଶାସନିକ ପ୍ରଶ୍ରୟ ଯୋଗୁଁ ସତ୍ୟବାଦୀରେ ବାଲି ମାଫିଆଙ୍କ ହିଂସାତ୍ମକ କାର୍ଯ୍ୟକଳାପ

ରାଜନୈତିକ ଓ ପ୍ରଶାସନିକ ପ୍ରଶ୍ରୟ ଯୋଗୁଁ ସତ୍ୟବାଦୀରେ ବାଲି ମାଫିଆଙ୍କ ହିଂସାତ୍ମକ କାର୍ଯ୍ୟକଳାପ

ଆରକ୍ଷୀ ଅଧିକ୍ଷକଙ୍କ ଅପରେସନ ଚକ୍ର ଗଲା କୁଆଡେ?

ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀରେ କ୍ରମାଗତ ବୃଦ୍ଧି ପାଉଥିବା ହିଂସାତ୍ମକ କାର୍ଯ୍ୟକଳାପ ବିଷୟକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଯୋଗଦେଇ ସ୍ଥାନୀୟ ରାଜନୈତିକ ନେତୃବୃନ୍ଦ ତଥା ପୁରୀ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟକୁ ସମାଲୋଚନା କରି କହିଥିଲେ ଯେ, ଜଗନ୍ନାଥ ଧାମ ପୁରୀ ଏକ ଶାନ୍ତ ଓ ଆଧ୍ୟାତ୍ମିକ ସ୍ଥାନ, ସମସ୍ତ ଓଡ଼ିଆଙ୍କ ପରିଚୟ l କିନ୍ତୁ ଦୁଃଖର କଥା ପୁରୀ ଜିଲ୍ଲା ବିଶେଷତଃ ସତ୍ୟବାଦୀରେ ଅପରାଧୀକରଣ ଅହେତୁକ ବୃଦ୍ଧି ପାଇବାରେ ଲାଗିଛି l ଅପରାଧକୁ ପ୍ରଶ୍ରୟ ଦିଆଯାଉଛି l ବିଗତ ବିଜେଡି ସରକାରଙ୍କ ସମୟରେ ଅପରାଧ ଧୀରେ ଧୀରେ ଆରମ୍ଭ ହୋଇଥିଲା l ଆମେ ସତ୍ୟବାଦୀରେ ତିନିଥର ପ୍ରତିନିଧିତ୍ୱ କରିଥିଲୁ l ଆମର ମନୋବଳ ଯୋଗୁଁ ସତ୍ୟବାଦୀ ହିଂସାରୁ ଅନେକ ଦୂରରେ ଥିଲା l ହିଂସା ସବୁଠି ଅଛି କିନ୍ତୁ ଏଠାରେ ଯେଭଳି ଭାବରେ ହିଂସା ମୁଣ୍ଡ ଟେକିଛି ତାହା ଉଦବେଗର ବିଷୟ l ସତ୍ୟବାଦୀରେ ବାଲି ମାଫିଆଙ୍କ ଯୋଗୁଁ ଆଜି ଅଞ୍ଚଳ ଅପରାଧ ପ୍ରବଣ l ଦୁଇ ବାଲି ମାଫିଆ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ଯୋଗୁଁ କଣାସରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଲା l କଖାରୁବସ୍ତା ନାମରେ ଏକ ଘାଟ ଅଛି ଯାହାକୁ ନେଇ ଉଭୟ ଗୋଷ୍ଠୀ ସଂଘର୍ଷ ଘଟିଛି l ଏବଂ ବିଲେଇ ପିଠା ଖାଇଲା ପରି ସ୍ଥାନୀୟ ରାଜନୈତିକ ନେତୃବୃନ୍ଦ ନିଜ ସୁବିଧା ଅନୁସାରେ କାହାକୁ କେତେବେଳେ ପ୍ରଶ୍ରୟ ଦେଉଛନ୍ତି l
ଉଭୟ ଗୋଷ୍ଠୀଙ୍କ ନାମରେ ମାମଲା ଥିବା ପୁରୀ ଆରକ୍ଷୀ ଅଧିକ୍ଷକ କହିଛନ୍ତି ତା ସତ୍ୱେ ସେମାନଙ୍କୁ ଅନୁମତି କିପରି ମିଳିଛି ?
ଘଟଣା ଘଟିବା ପରେ ମଧ୍ୟ ଏପର୍ଯ୍ୟନ୍ତ ପୁଲିସ ମାଫିଆଙ୍କୁ ଗିରଫ କରି ପାରିନି l କାହା ଚାପରେ ପୁଲିସ ଚାପି ହୋଇ ରହିଛି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ ପଚାରିଛନ୍ତି l
ପୁଣି ସେ କହିଛନ୍ତି ଯେ, କଂଗ୍ରେସ ଦାବୀ କରୁଛି ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଅନୁଧ୍ୟାନରେ ଜିଲ୍ଲାର କ୍ଷମତପ୍ରାପ୍ତ ସେସନ ଜଜଙ୍କ ଅଧ୍ୟକ୍ଷତାରେ ସମୟ ନିର୍ଧାରଣ କରି ଏକ ଫାଷ୍ଟ ଟ୍ରାକ ତଦନ୍ତ କରାଯାଉ l
ରାଜନୈତିକ ନେତା, ପୁଲିସ ଓ ମାଫିଆଙ୍କ ସମ୍ପର୍କ ବିଚାର ପରିଧିକୁ ଅଣାଯାଉ l ପୁରୀ ଆରକ୍ଷୀ ଅଧିକ୍ଷକ ଗୁଣ୍ଡା ମାଫିଆଙ୍କୁ ଜବତ କରିବା ପାଇଁ ଅପରେସନ ଚକ୍ର ଆରମ୍ଭ କରିଥିଲେ ତେବେ ଏହାର ବର୍ତ୍ତମାନ ଗତି କୁଆଡେ ? କଣାସର ଧୋଲାବଜାର ଚାରିଛକ ବ୍ରିଜ ପାଖରେ ଏହି ନିଷ୍ଠୁର ଘଟଣା ଘଟିଛି ଯାହା ପୋଲିସ ଷ୍ଟେସନ ପାଖରୁ ମାତ୍ର ଅଧ କିମି ଦୂର ହେବ l କଣାସ ଲୋକ ଶାନ୍ତିପ୍ରିୟ କିନ୍ତୁ ରାଜନୈତିକ ନେତୃବୃନ୍ଦ ଶାନ୍ତି ଚାହୁଁ ନାହାନ୍ତି l ସ୍ଥାନୀୟ ସାଂସଦ ଓ ବିଧାୟକଙ୍କ ପ୍ରଶ୍ରୟରେ ତଥା ବିଜେପି ସରକାର ଶାସନରେ ମାଫିଆଙ୍କ ଦୌରାତ୍ମ ବୃଦ୍ଧି ପାଇ ସତ୍ୟବାଦୀ ଆଜି ଅଶାନ୍ତ ଓ ଭୟଭୀତ l ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡ଼ିଆ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ, ସତ୍ୟବାଦୀ ବ୍ଲକ କଂଗ୍ରେସ ସଭାପତି ସୁବାଷ ଚନ୍ଦ୍ର ମହାପାତ୍ର ଓ କଣାସ ବ୍ଲକ କଂଗ୍ରେସ ସଭାପତି ତ୍ରିନାଥ ଛୋଟରାୟ ଉପସ୍ଥିତ ଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking