28.1 C
Bhubaneswar
Thursday, May 7, 2026
Homeଓଡିଶାବିସ୍ଥାପିତଙ୍କୁ ଏକ ସମ୍ପନ୍ନ ଜୀବନ ବଞ୍ଚିବାକୁ ଦେବା ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ : ଭକ୍ତ

ବିସ୍ଥାପିତଙ୍କୁ ଏକ ସମ୍ପନ୍ନ ଜୀବନ ବଞ୍ଚିବାକୁ ଦେବା ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ : ଭକ୍ତ

ଭୁବନେଶ୍ୱର: ଆଜି ଜିନ୍ଦଲ ତଥା ସମସ୍ତ ଶିଳ୍ପସଂସ୍ଥାଙ୍କ ଲୋକମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ତଥା ସରକାରଙ୍କ କମ୍ପାନୀପ୍ରିତୀ ବିରୋଧରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଓ ଶହ ଶହ ସଂଖ୍ୟାରେ କଂଗ୍ରେସ କର୍ମକର୍ତ୍ତା ଓ ସାଧାରଣ ଜନତା ଗାନ୍ଧିପଥେ ନ୍ୟାୟ ପଦଯାତ୍ରା ଜଗତସିଂହପୁର ଜିଲ୍ଲାର ଢିଙ୍କିଆରୁ ରାଜଧାନୀ ଅଭିମୁଖେ ବାହାରିଥିଲା । ଏହି ଅବସରରେ ଗଣମାଧ୍ୟମଙ୍କୁ ଏକ ବିବୃତି ଦେଇ ପିସିସି ସଭାପତି ଶ୍ରୀ ଦାସ କହିଲେ ଯେ, ରାଜ୍ଯର ସମସ୍ତ ଖଣି ଅଞ୍ଚଳରେ ବିସ୍ଥାପନକୁ ନେଇ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି ଏହାକୁ ନେଇ କଂଗ୍ରେସ ଗାନ୍ଧୀପଥେ ନ୍ଯାୟ ପଦଯାତ୍ରା ମାଧ୍ଯମରେ ଆନ୍ଦୋଳନ ଆରମ୍ଭ କରିଛି। ଖଣିଜ ସମ୍ପଦ ଉତ୍ତୋଳନ ରାଜସ୍ବ ଆଦାୟ ଏବଂ ସୁବିସ୍ଥାପନରେ ସରକାରଙ୍କ କୌଣସି ନିର୍ଦ୍ଦିଷ୍ଟ ନୀତି ନିୟମ ଏପର୍ଯ୍ୟନ୍ତ ହୋଇପାରିନାହିଁ । ସରକାର ଲକ୍ଷ ଲକ୍ଷ କୋଟି ଟଙ୍କା ଖଣି ଖାଦାନରୁ ପାଉଥିବା ବେଳେ ବିସ୍ଥାପିତ ଏବଂ ପ୍ରଭାବିତ ହେଉଥିବା ବ୍ଲକ ଅଞ୍ଚଳରେ କାହିଁକି ୨୦-୩୦ ହଜାର ଟଙ୍କା ଖର୍ଚ୍ଚ କରୁନାହାନ୍ତି । ଯେଉଁ ଅଞ୍ଚଳରେ କଳ କାରଖାନା ପ୍ରତିଷ୍ଠା ହେଉଛି, ଆପଣ ଦେଖିବେ ତାର ପାଖ ଆଖ ଗ୍ରାମ ଅଞ୍ଚଳରେ ଝୁମ୍ପୁଡି ଘରେ ଲୋକେ ରହୁଛନ୍ତି, ଗାଁ ଲୋକେ ବାହାରକୁ କାମ ପାଇଁ ପଳାୟନ କରୁଛନ୍ତି। ନିଜ ଅଞ୍ଚଳର କଳ କାରଖାନାରେ ସେମାନଙ୍କୁ କାମ ମିଳିବ ନାହିଁ, ଏହ କଣ ବିକାଶ କି ? ଏକଥା ଜେଏସଡବ୍ଲୁ ହେଉ ଅନୁଗୁଳ, ତାଳଚେର, କଳିଙ୍ଗନଗର, ଲାଞ୍ଜିଗଡ, ରାୟଗଡା ଉତ୍କଳ ଆଲୁମିନା ଆଦି ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ବିସ୍ଥାପନର ସମସ୍ୟା ସମାଧାନ ହୋଇ ପାରିନାହିଁ। ଯେଉଁ ଯେଉଁ ସ୍ଥାନରେ ଖଣି କିମ୍ବା ଶିଳ୍ପ ପ୍ରତିଷ୍ଠା ହୋଇଛି ଶୋଷଣ ଏବଂ ଅତ୍ଯଚାର କ୍ରମାଗତ ଚାଲିଛି । ପୋସ୍କୋ ସମୟରେ ଯେମିତି ଅନ୍ଯାୟ ଅତ୍ୟାଚାର ସମ୍ମୁଖୀନ ହେଉଥିଲେ ବର୍ତ୍ତମାନ ମଧ୍ୟ ଜେଏସଡବ୍ଲୁ ଦ୍ୱାରା ମଧ୍ଯ ସେଭଳି ଅନ୍ଯାୟ ଅତ୍ଯାଚାରର ଲୋକେ ସମ୍ମୁଖୀନ ହେଉଛନ୍ତି । ସରକାର କମ୍ପାନୀ ମାନଙ୍କୁ ଏତେ ସମର୍ଥନ ଦେବା ପଛରେ କଣ ରହସ୍ଯ ରହିଛି । ଲୋକେ ଶିଳ୍ପକୁ ବିରୋଧ କରୁନାହାନ୍ତି l ଲୋକ ଚାହୁଁଛନ୍ତି ସେମାନଙ୍କ ନ୍ଯାର୍ଯ୍ଯ ପ୍ରାପ୍ଯ । ଚାଷ ଜମିକୁ ଉଚ୍ଛେଦ କରାଯାଉଛି, ଶହ ଶହ ବର୍ଷ ଧରି ରହୁଥିବା ଲୋକଙ୍କ ବାସସ୍ଥାନରୁ ବେଦଖଲ କରାଯାଉଛି।

ନିୟମ ଅନୁଯାୟୀ ପ୍ରଥମେ ବିସ୍ଥାପିତ ଲୋକମାନଙ୍କୁ ପଟ୍ଟା ପ୍ରଦାନ କରି ବିସ୍ଥାପିତ କରିବା କଥା। ରାହୁଲ ଗାନ୍ଧୀଙ୍କ ଉଦ୍ଯମରେ ଅଣାଯାଇଥିବା ୨୦୧୩ ଜମି ଅଧିଗ୍ରହଣ ଆଇନ ଅନୁଯାୟୀ ସରକାର ଜମି ଅଧିଗ୍ରହଣ କରି ଲୋକଙ୍କୁ ତାଙ୍କ ପ୍ରାପ୍ଯ ଦେବା କଥା। ପ୍ରତି ପରିବାରକୁ ପ୍ରତିମାସ 3୦୦୦ ଟଙ୍କା, ଘର ବଦଳରେ ଘର ଆଦି ପ୍ଯାକେଜ ରହିଛି l ସେ ସମସ୍ତ ସୁବିଧା କରାଯାଉ। ଲୋକେ ନିଜ ଭିଟାମାଟି ପୈତୃକ ସଂମ୍ପତ୍ତି ତଥା ଜୀବିକା ହରାଉଛନ୍ତି ତାଙ୍କୁ ଏକ ସମ୍ପନ୍ନ ଜୀବନ ଦେବା ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ। ଦୁର୍ଭାଗ୍ୟର କଥା ପସ୍କୋ ଅଞ୍ଚଳରେ ୨୦୧୩ ଆଇନ ଲାଗୁ ହୋଇନାହିଁ କିମ୍ବା ୨୦୦୬ ପରେ ପଟ୍ଟା ଦିଆଯାଇ ନାହିଁ। ତା’ଉପରେ କମ୍ପାନି ତରଫରୁ ଜୀବନରେ ମାରି ଦେବାକୁ ଧମକ ମିଳୁଛି। ଏହି ଅଞ୍ଚଳର ଲୋକେ ଅନେକ ସହିଛନ୍ତି, ମାସ ମାସ ଧରି ଜେଲ ଦଣ୍ଡ ଭୋଗିଛନ୍ତି l ଆଜି ସମୟ ଆସିଛି ଅହିଂସା ମାର୍ଗରେ ଗାନ୍ଧୀ ପଥେ ନ୍ଯାୟ ଯାତ୍ରା କରି ଲୋକଙ୍କ ନ୍ଯାୟ ଅଧିକାର ପାଇଁ ଲଢେଇ ଜାରି ରଖିବୁ ବୋଲି ପିସିସି ସଭାପତି ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଆଜିର ଏହି ଐତିହାସିକ ଗାନ୍ଧିପଥେ ପଦଯାତ୍ରାରେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ, ନଗେନ୍ଦ୍ର ପ୍ରଧାନ, ଲଲାଟେନ୍ଦୁ ମହାପାତ୍ର, ସସ୍ମିତା ବେହେରା, ମିନାକ୍ଷୀ ବାହିନୀପତି, ଦେବୀ ପ୍ରସାଦ ନାୟକ, ସୁଧାଂଶୁ ଦେଓ, ଶୁଭେନ୍ଦୁ ମହାନ୍ତି, ନିରଞ୍ଜନ ନାୟକ, ପିନାକୀ ଦାସ, ଅମିତା ବିଶ୍ୱାଳ, ସୁନିତା ବିଶ୍ୱାଳ, ନଳିନୀ ସ୍ୱାଇଁ, ସିଦ୍ଧାର୍ଥ ରାଉତରାୟ, ନଟବର ବାରିକ, ରଶ୍ମୀ ପଟ୍ଟନାୟକ ଆଦି ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking