40.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶନିଅଁରୁ ଇଟା କାଢ଼ୁଥିବା ବେଳେ କାନ୍ଥ ପଡ଼ି ଚାଲିଗଲା ୪ ଶ୍ରମିକଙ୍କ ଜୀବନ

ନିଅଁରୁ ଇଟା କାଢ଼ୁଥିବା ବେଳେ କାନ୍ଥ ପଡ଼ି ଚାଲିଗଲା ୪ ଶ୍ରମିକଙ୍କ ଜୀବନ

ୟୁପି : ୟୁପିର ଚନ୍ଦୌଲି ଜିଲ୍ଲାରେ ଶନିବାର ସକାଳେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ବଲୁଆ ଥାନା ଅନ୍ତର୍ଗତ ପ୍ରଭୁପୁର ଗାଁରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏଠାରେ ନିଅଁରୁ ଇଟା କାଢ଼ିବା ସମୟରେ ହଠାତ୍ ପକ୍କା କାନ୍ଥ ଓ ଏହାର ଲେଣ୍ଟର ଶ୍ରମିକମାନଙ୍କ ଉପରେ ପଡ଼ି ଯାଇଥିଲା। ଏଥିରେ ୪ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ସେପଟେ ଘଟଣା ପରେ ଗାଁରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଏ ନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ୪ ଶ୍ରମିକଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହକୁ ଉଦ୍ଧାର କରି ପାରିଥିଲା। ଖବର ଲେଖାଯିବା ବେଳକୁ ଆଉ ୨ ଜଣଙ୍କ ମୃତଦେହର ଉଦ୍ଧାର କାର‌୍ୟ୍ୟ ଜାରି ରହିଥିଲା। ଘଟଣାସ୍ଥଳରେ ଏବେ ବି ଅନେକ ଲୋକ ଜମା ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking