ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ ଖୋଲିଲା । ଏବେ ୨୦ ଟି ଗେଟ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି । ସକାଳେ ଖୋଲିଥିଲା ୪ ଟି ଗେଟ । ବାମପଟୁ ୧୩ ଓ ଡାହାଣ ପାର୍ଶ୍ୱରୁ ୭ ଟି ଗେଟ୍ ଦେଇ ଜଳ ନିସ୍କାସିତ ହେଉଛି । ବର୍ତ୍ତମାନ ୬୧୫. ୬୦ ଫୁଟରେ ଜଳସ୍ତର ପହଞ୍ଚିଥିବାବେଳେ ୬୩୦ ଫୁଟ ସର୍ବାଧିକ ଜଳଧାରଣ କ୍ଷମତା ରହିଛି । ତେଣୁ ଆଜି ଯେ କୌଣସି ସମୟରେ ଅଧିକ ଗେଟ ଖୋଲାଯିବା ନେଇ ସୂଚନା ମିଳିଛି ।