40.1 C
Bhubaneswar
Thursday, April 25, 2024
Homeଓଡିଶାହୀରାକୁଦ : ଖୋଲିଲା ଆଉ ୪ଟି ଗେଟ୍

ହୀରାକୁଦ : ଖୋଲିଲା ଆଉ ୪ଟି ଗେଟ୍

ସମ୍ବଲପୁର : ଆଗାମୀ ଦିନରେ ପୁଣି ପ୍ରବଳ ବର୍ଷାର ହେବାର ସମ୍ଭାବନା ଥିବା ବେଳେ ହୀରାକୁଦ ଜଳଭଣ୍ଡାରରେ ଜଳ ପ୍ରବେଶ ମାତ୍ରା ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଆଉ ୪ଟି ଗେଟ୍ ଖୋଲାଯାଇଛି । ଏବେ ହୀରାକୁଦର ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ସୂଚନା ମୁତାବକ, ଗତକାଲି ହୀରାକୁଦର ୧୦ଟି ଗେଟ୍ ଖୋଲିଥିଲା । ହୀରାକୁଦର ଜଳସ୍ତର ୬୧୫.୧୭ ଫୁଟ ରହିଛି । ୩.୯୭ ଲକ୍ଷ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ୧.୯୨ ଲକ୍ଷ ଘନଫୁଟ ପାଣି ନିଷ୍କାସିତ ହେଉଛି । ଅନ୍ୟପଟେ ବିପଦ ସଂକେତ ଟପିଛି ଜଳକା । ମଥାନିଠାରେ ବିପଦ ସଂକେତ ଟପିଲା ଜଳକା । ମଥାନିରେ ଜଳକାର ଜଳସ୍ତର ୬.୨୫ ମିଟର ରହିଛି । ମଥାନିରେ ବିପଦସଂକେତ ୫.୫୦ ମିଟର ଥିବା ବେଳେ ବସ୍ତା ଓ ସଦର ବ୍ଲକ ଅଞ୍ଚଳରେ ବନ୍ୟା ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking