30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀ ହେବ।କୁ ଭାବନା ନାହିଁ -ନୀତୀଶ

ପ୍ରଧାନମନ୍ତ୍ରୀ ହେବ।କୁ ଭାବନା ନାହିଁ -ନୀତୀଶ

ପାଟନା : ପ୍ରଧାନମନ୍ତ୍ରୀ ପ୍ରାର୍ଥିତ୍ୱ ଚର୍ଚ୍ଚାରେ ଟୁଇଷ୍ଟ ଆଣିଲେ ନୀତୀଶ କୁମାର । ମୋର ସେମିତି କିଛି ଭାବନା ନାହିଁ ବୋଲି କହିଲେ ନୀତୀଶ । ମୁଁ ହାତ ଯୋଡି କହୁଛି ମୋର ସେମିତି କିଛି ଭାବନା ନାହିଁ ବୋଲି କହିଲେ ନୀତୀଶ କୁମାର । ସମସ୍ତଙ୍କ ପାଇଁ କାମ କରିବ ମୋର କାମ ବୋଲି କହିଲେ ନୀତୀଶ । ସମସ୍ତ ବିରେଧୀଙ୍କୁ ଏକାଠି ଦେଖିବା ମୋର ଚେଷ୍ଟା କହିଲେ ନୀତୀଶ । ଯଦି ସବୁ ବିରୋଧୀ ଏକାଠି ହୁଅନ୍ତି , ତେବେ ବହୁତ ଭଲ । ସବୁ ବିରୋଧୀଙ୍କୁ ଏକାଠି କରିବାକୁ ଆମେ ଚାହୁଁଛୁ ।
ଜେଡିୟୁ ଏବଂ ବିଜେପି ମଧ୍ୟରେ ବ୍ରେକଅପ୍ ହୋଇଛି। ଏକଦା ଲାଲୁ ଯାଦବଙ୍କ ସାନ ଭାଇ ଭାବେ ପରିଚିତ ଥିବା ନୀତୀଶ, ୨୦୧୦ରେ ବିଜେପି ସହ ମେଣ୍ଟରେ ଲଢ଼ିଥିଲେ ନିର୍ବାଚନ । ସେତେବେଳେ ସ୍କୁଲ ଛାତ୍ରୀଙ୍କୁ ମାଗଣା ସାଇକେଲ୍ ବାଣ୍ଟି ବେଶ ଚର୍ଚ୍ଚାକୁ ଆସିଥିଲେ । ହେଲେ ୨୦୧୪ ସାଧାରଣ ନିର୍ବାଚନରେ ଜେଡିୟୁର ଖରାପ ପଦର୍ଶନ ଓ ମୋଦି କ୍ୟାମ୍ପେନ୍ କମିଟିର ମୁଖ୍ୟ ହେବା ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଥିଲେ । ସେ ନୀତୀଶ, କେବେ ଏପଟେ କେବେ ସେପଟେ । ଏହି ଥିଓରୀରେ ପୁଣିଥରେ ୨୦୧୫ରେ ଆରଜେଡି ଓ କଂଗ୍ରେସର ହାତ ଧରି ନିର୍ବାଚନ ଲଢ଼ି ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ଦୁଇ ବର୍ଷ ନଯାଉଣୁ ମହାମେଣ୍ଟ ସହ ଅଲଗା ହୋଇଥିଲେ । ଗତକାଲି ଭଳି ୨୦୧୭ରେ, ନୀତୀଶ କୁମାର ସକାଳେ ମହାମେଣ୍ଟରୁ ଇସ୍ତଫା ଦେଇ ସଂଧ୍ୟାରେ ବିଜେପି ଆଡ଼ୁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରେ ୨୦୨୦ରେ ପୁଣି ଥରେ ବିଜେପି ସହ ମିଶି ମୁଖ୍ୟମନ୍ତ୍ରୀ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking