19.1 C
Bhubaneswar
Tuesday, January 20, 2026
Homeଦେଶ ବିଦେଶଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ; ନାମାଙ୍କନ ଦାଖଲ କଲେ ଅତିଶୀ

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ; ନାମାଙ୍କନ ଦାଖଲ କଲେ ଅତିଶୀ

ନୂଆଦିଲ୍ଲୀ: ଆସନ୍ତା ଫେବ୍ରୁଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହିକ୍ରମେ ଏବେ ଦିଲ୍ଲୀରେ ନାମାଙ୍କନ ପର୍ବ ଆରମ୍ଭ ହୋଇଛି। ମଙ୍ଗଳବାର କାଲକାଜି ବିଧାନସଭା ଆସନରୁ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ପ୍ରାର୍ଥୀ ଭାବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀ ନିଜ ପ୍ରାର୍ôଥପତ୍ର ଦାଖଲ କରିଛନ୍ତି। ଏହି ଆସନରୁ ଗତଥର ମଧ୍ୟ ସେ ଜିତିଥିଲେ। କାଲକାଜୀ ଆସନରେ ସେ ବିଜେପି ପ୍ରାର୍ଥୀ ରମେଶ ବିଧୁରୀ ଏବଂ କଂଗ୍ରେସ ପ୍ରାର୍ଥୀ ଅଳକା ଲାମ୍ବାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନାମାଙ୍କନପତ୍ର ଦାଖଲ କରିବା ପରେ ଅତିଶୀ ଦିଲ୍ଲୀବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ‘ଆଜି ମକର ସଂକ୍ରାନ୍ତିର ଶୁଭ ଅବସରରେ ସେ କାଲକାଜୀ ବିଧାନସଭା ଆସନରୁ ନିଜ ନାମାଙ୍କନ ଦାଖଲ କରିଛନ୍ତି। ତାଙ୍କର ବିଶ୍ୱାସ ଏବଂ ସମ୍ପୂର୍ଣ୍ଣ ଆଶା ରହିଛି ଯେ, ପୂର୍ବଥର ଭଳି ଏଥର ମଧ୍ୟ କାଲକାଜୀବାସୀଙ୍କ ଠାରୁ ସମାନ ଭଲପାଇବା ତଥା ଆଶିର୍ବାଦ ପାଇବେ। ସେ ନିଶ୍ଚିତ ଭାବେ ଏଥର ମଧ୍ୟ କାଲକାଜୀ ଆସନରୁ ନିର୍ବାଚିତ ହେବେ। ପ୍ରକାଶ, ଗତକାଲି ଆତିଶୀ ନାମାଙ୍କନ ଦାଖଲ କରିବାର ଥିଲା।

କିନ୍ତୁ ରୋଡ୍ ଶୋ’ରେ ବିଳମ୍ବ ହେତୁ ସେ ନାମାଙ୍କନ ଦାଖଲ କରିପାରିନଥିଲେ। ଗତକାଲି ରାଲି ଆରମ୍ଭ କରିବା ପୂର୍ବରୁ ଅତିଶୀ କାଲକାଜୀ ମନ୍ଦିରରେ ପ୍ରାର୍ଥନା କରିଥିଲେ। ଏହା ପରେ ସେ ଆପ୍ ନେତା ମନୀଷ ସିସୋଦିଆଙ୍କ ସହ ଗିରି ନାଗରର ଗୁରୁଦ୍ୱାର ଶ୍ରୀ ଗୁରୁ ଗୋବିନ୍ଦ ସାହିବରେ ପହଞ୍ଚି ପୂଜା ପାଠ କରିଥିଲେ। ପ୍ରକାଶ, ୨୦୨୦ରେ ବିଧାନସଭା ନିର୍ବାଚନ ବେଳେ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ଅତିଶୀ ଏହି ଆସନରୁ ବିପୁଳ ଭୋଟ୍‌ରେ ବିଜୟ ହାସଲ କରିଥିଲେ। ସେତେବେଳେ ତାଙ୍କ ମୁକାବିଲା ବିଜେପି ପ୍ରାର୍ଥୀ ଧର୍ମବୀରଙ୍କ ସହ ହୋଇଥିଲା। ଏସବୁ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିଶୀଙ୍କ ବିରୋଧରେ ଏକ ଏଫଆଇଆର୍ ରୁଜୁ ହୋଇଥିବା ଜଣାପଡିଛି। ଆଚରଣ ବିଧି ଉଲ୍ଲଙ୍ଘନ କରିବା ଅଭିଯୋଗରେ ଦିଲ୍ଲୀ ରିଟର୍ଣ୍ଣିଂ ଅଫିସର ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ବ୍ୟକ୍ତିଗତ କାର୍ଯ୍ୟାଳୟ ପାଇଁ ସେ ସରକାରୀ ଗାଡି ବ୍ୟବହାର କରୁଥିବା ଅଭିଯୋଗ ହେବା ପରେ ରିଟର୍ଣ୍ଣିଂ ଅଧିକାରୀ ମାମଲା ରୁଜୁ କରିଛନ୍ତି। ଜାନୁଆରୀ ୭ ତାରିଖ ରାତିରେ ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଅତିଶୀ ସରକାରୀ ଗାଡ଼ି ବ୍ୟବହାର କରିଥିବା କାଲାକାଜି ନିର୍ବାଚନମଣ୍ଡଳୀର ଜଣେ ସ୍ଥାନୀୟ ନାଗରିକ ପୁଲିସ୍ ଷ୍ଟେସନ୍‌ରେ ଅଭିଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking