31.1 C
Bhubaneswar
Tuesday, April 30, 2024
Homeଓଡିଶାଭୋଟର ତାଲିକାରୁ କଟିଛି ପୂରା ଗାଁ,: ପଞ୍ଚାୟତ ଅଫିସ୍‌ରେ ତାଲା, ଗ୍ରାମବାସୀଙ୍କ ଧାରଣା

ଭୋଟର ତାଲିକାରୁ କଟିଛି ପୂରା ଗାଁ,: ପଞ୍ଚାୟତ ଅଫିସ୍‌ରେ ତାଲା, ଗ୍ରାମବାସୀଙ୍କ ଧାରଣା

ଖଜୁରୀପଡା : ଖଜୁରୀପଡା ବ୍ଲକ୍ ଅନ୍ତର୍ଗତ ଟିଟ୍ରାପଙ୍ଗା ପଞ୍ଚାୟତରେ ୪ ନଂ ୱାର୍ଡ ଅନ୍ତର୍ଗତ ଗଣ୍ଡାକାଠି ଗ୍ରାମର କୌଣସି ବ୍ୟକ୍ତିିଙ୍କ ନାମ ଭୋଟର ତାଲିକାରେ ନାହିଁ । ଗ୍ରାମରେ ପ୍ରାୟ ୯୦ ଜଣ ଭୋଟର ରହିଥିବା ଗ୍ରାମବାସୀ କହିଛନ୍ତି । ପୂର୍ବ ନିର୍ବାଚନମାନଙ୍କରେ ସେମାନେ ଭୋଟଦେଇ ଆସୁଥିଲେ । କିନ୍ତୁ ଏଥରକ ୱାର୍ଡମେମ୍ବର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯିବା ବେଳେ ଆଶାୟୀ ପ୍ରାର୍ଥୀମାନେ ତାଲିକାରେ ସେମାନଙ୍କ ନାଁ ନ ଥିବା ବିଷୟ ଜାଣିବାକୁ ପାଇଥିଲେ ।

ଏହା ଜାଣିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ପ୍ରତିବାଦରେ ଲୋକେ ଟିଟ୍ରାପାଙ୍ଗା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେବା ସହ ପଞ୍ଚାୟତ ଆଗରେ ଧାରଣା ପ୍ରଦର୍ଶନ କରିଥିଲେ । ଶୁକ୍ରବାର ରାତିରୁ ଶନିବାର ଦିନ ପ୍ରାୟ ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ତାଲା ପଡି ରହିବା ପରେ ପୁଲିସ ଓ ପ୍ରଶାସନିକ ଅଧିକାରୀ ମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଆନ୍ଦୋଳନକାରୀ ଗ୍ରାମବାସୀ  ଧାରଣାରୁ ଉଠି ଖଜୁରୀପଡା ବିଡିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ ଜଣାଇଛନ୍ତି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବୀନ୍ଦ୍ର କହଁର ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ଗ୍ରାମବାସୀ ମୋ ନିକଟରେ ଅଭିଯୋଗ ଜଣାଇଛନ୍ତି । ଏ ନେଇ ଅନୁଧ୍ୟାନ କରାଯିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking