26.1 C
Bhubaneswar
Wednesday, May 25, 2022
Homeଖେଳମହାନ୍ ଫୁଟ୍‌ବଲ କୋଚ୍ ସୁଭାଷ ଭୌମିକଙ୍କ ପରଲୋକ

ମହାନ୍ ଫୁଟ୍‌ବଲ କୋଚ୍ ସୁଭାଷ ଭୌମିକଙ୍କ ପରଲୋକ

କୋଲ୍‌କାତା :  ପୂର୍ବତନ ଭାରତୀୟ ଫୁଟ୍‌ବଲର୍ ତଥା ମହାନ୍ କୋଚ୍ ସୁଭାଷ ଭୌମିକଙ୍କର ଶନିବାର ସହରର ଏକ ହସ୍ପିଟାଲ୍‌ରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ପୂର୍ବତମ ମିଡ୍‌ଫିଲ୍ଡର୍ ଭୌମିକ ୧୯୭୦ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ୍ ପଦକ ବିଜେତା ଭାରତୀୟ ଟିମ୍‌ର ସଦସ୍ୟ ଥିଲେ । ତାଙ୍କ ପରିବାର ସୂତ୍ରରୁ ଜଣାଯାଇଛି ଯେ ଦୀର୍ଘଦିନ ଧରି ସେ କିଡ୍‌ନୀ ଓ ମଧୁମେଦ ରୋଗରେ ପୀଡ଼ିତ ଥିଲେ ଏବଂ ଶନିବାର ଭୋର୍ ସାଢ଼େ ତିନିଟା ବେଳେ ତାଙ୍କର ପରଲୋକ ଘଟିଥିଲା । ଗତ ତିନିମାସ ଧରି ତାଙ୍କର ଡାଏଲିସିସ୍ ଚାଲିଥିଲା । ପ୍ରାୟ ୨୩ ବର୍ଷ ପୂର୍ବେ ତାଙ୍କ ବାଇପାସ୍ ସର୍ଜରୀ ମଧ୍ୟ ହୋଇଥିଲା । ଛାତିରେ ସଂକ୍ରମଣ ଯୋଗୁଁ ତାଙ୍କୁ ନିକଟରେ ଇକ୍‌ବଲ୍‌ପୁରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ।

ସନ୍ନ୍ୟାସ ନେବାପରେ ଭୌମିକ କୋଚ୍ ଭାବେ କ୍ୟାରିୟର୍ ଆରମ୍ଭ କରିଥିଲେ । ପ୍ରଥମେ କୋଚ୍ ଭାବେ ସେ ମୋହନ ବାଗାନରେ ଯୋଗ ଦେଇଥିଲେ । ପରେ ଇଷ୍ଟ ବେଙ୍ଗଲ୍‌ର ସବୁଠୁ ସଫଳ କୋଚ୍ ହୋଇଥିଲେ । ତାଙ୍କ କୋଚିଂରେ ଇଷ୍ଟ ବେଙ୍ଗଲ୍ ୨୦୦୩ରେ ଆସିଆନ୍ କପ୍ ଟାଇଟଲ୍ ଜିତିଥିଲା । ଏହା ବ୍ୟତୀତ କ୍ଲବ୍ ଜାତୀୟ ଲିଗ୍ ଟାଇଟଲ୍ ମଧ୍ୟ ହାସଲ କରିଥିଲା । ଏହାପରେ ଚର୍ଚ୍ଚିଲ୍ ବ୍ରଦର୍ସରେ ଟେକ୍ନିକାଲ୍ ଡାଇରେକ୍ଟର ଭାବେ ଯୋଗଦେଇ ଟିମ୍ ସହ ଏହି ସଫଳତା ମଧ୍ୟ ଦୋହରାଇଥିଲେ । ଭାରତ ପକ୍ଷରୁ ଖେଳୁଥିବା ବେଳେ ସେ କେତେକ ବିଶେଷ ଉପଲବ୍ଧି ମଧ୍ୟ ହାସଲ କରିଥିଲେ । ୧୯୭୦ ବ୍ୟତୀତ ୧୯୭୪ ଏସୀୟ କ୍ରୀଡ଼ାରେ ମଧ୍ୟ ଦେଶର ପ୍ରତିନିଧିତ୍ୱ କରିଥିଲେ । ୧୯୭୧ରେ ଫିଲିପାଇନ୍ସ ବିପକ୍ଷରେ ମର୍ଡେକା କପ୍‌ରେ ହ୍ୟାଟ୍ରିକ୍ ହାସଲ କରିଥିଲେ । ତାଙ୍କ କ୍ୟାରିୟର୍ ମଧ୍ୟ ବିବାଦ ଘେରରେ ରହିଥିଲା। ୨୦୦୫ରେ ଲାଞ୍ଚ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking