29.1 C
Bhubaneswar
Tuesday, May 7, 2024
Homeଓଡିଶାନିଶାମାଫିଆକୁ ଏସ୍‌ଟିଏଫ୍‌ର ଝଟ୍‌କା : କୋଟିଏ ଠଙ୍କାର କୋଠା ଜବତ

ନିଶାମାଫିଆକୁ ଏସ୍‌ଟିଏଫ୍‌ର ଝଟ୍‌କା : କୋଟିଏ ଠଙ୍କାର କୋଠା ଜବତ

ଭୁବନେଶ୍ୱର : ଜେଲ୍‌ରେ ଥିବା ଆନ୍ତଃରାଜ୍ୟ ବ୍ରାଉନସୁଗର ବେପାରୀ ସେକ୍ ଲାଲ୍ ମହମ୍ମଦର ୧କୋଟିର ସମ୍ପତ୍ତିକୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ୍‌) ଜବତ କରିଛି । ଏହି ସମ୍ପତ୍ତିରେ ତାଙ୍କ ଗାଁରେ ୧କୋଟି ଟଙ୍କାର ଏକ କୋଠା ରହିଥିବା ନେଇ ଏସ୍‌ଟିଏଫ୍ ପକ୍ଷରୁ ସୂଚନା ମିଳିଛି । ସେକ୍ ଲାଲ ମହମ୍ମଦ ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ବ୍ରାଉନସୁଗର ଚୋରାଚାଲାଣ କରୁଥିଲା ।

ନିଶା ବେପାର ଦ୍ୱାରା ସେ ବେଆଇନ ଭାବେ ବିପୁଳ ସମ୍ପତ୍ତି ହାତେଇଛି । ସେସବୁ ସମ୍ପତ୍ତିକୁ ଜବତ କରିବା ପାଇଁ ପ୍ରକ୍ରିୟା ଜାରି ରହିଥିବା ଏସ୍‌ଟିଏଫ୍ କହିଛି ।  ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୨୦ତାରିଖ ବିଳମ୍ବିତ ରାତିରେ କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥରେ ଏସ୍‌ଟିଏଫ୍ ଚଢ଼ଉ କରି ପଶ୍ଚିମବଙ୍ଗର ସେକ୍ ସଫିକୁଲ୍‌ଙ୍କୁ ଗିରଫ କରି ଦେଢ଼କୋଟି ଟଙ୍କାର ୧କିଲୋ ୪୩ ଗ୍ରାମର ବ୍ରାଉନସୁଗର ଜବତ କରିଥିଲା । ଆନ୍ତଃରାଜ୍ୟ ବେପାରୀ ସେକ୍ ଲାଲ ମହମ୍ମଦଙ୍କଠାରୁ ବ୍ରାଉନସୁଗର ଆଣିଥିଲେ ବୋଲି ସେ କହିଥିଲା ।

ଏସ୍‌ଟିଏଫ୍ ଏନେଇ ଉଭୟଙ୍କ ନାମରେ (ନଂ.୩୫/୨୧) ମାମଲା ରୁଜୁ କରିଥିଲା । ତେବେ ସେକ୍ ସଫିକୁଲ୍ ଗିରଫ ହୋଇଥିବା ଖବର ପାଇ ମୁଖ୍ୟଅଭିଯୁକ୍ତ ସେକ୍ ଲାଲ ମହମ୍ମଦ ନିଜ ଅଞ୍ଚଳ ଛାଡ଼ି ଫେରାର ହୋଇଯାଇଥିଲା । ସେକ୍ ଲାଲ ମହମ୍ମଦ ଶୁକ୍ରବାର ଘରେ ଥିବା ସୂଚନା ମିଳିବା ପରେ ସ୍ଥାନୀୟ ପୁଲିସ ସହାୟତାରେ ଏସ୍‌ଟିଏଫ୍ ବରନାଲଦାହା ଗ୍ରାମରେ ଚଢ଼ଉ କରି ତାକୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking