ଭୂବନେଶ୍ୱର: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଗ୍ରାମସ୍ଥିତ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଦୀର୍ଘ ୧୧ ଦିନ ଧରି ନିଖୋଜ ରହିବା ପରେ ଆଜି ମାଟି ତଳୁ ମୃତ ଦେହ ଉଦ୍ଧାର ହେବା ଘଟଣା ଅତ୍ୟନ୍ତ ଦୁଃଖଦାୟକ ଏବଂ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ପଦାରେ ପକାଇଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଉକ୍ତ ସ୍କୁଲର ସଂଚାଳକ ଗୋବିନ୍ଦ ସାହୁଙ୍କ ସହ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଂକର ମିଶ୍ରଙ୍କ ଘନିଷ୍ଠତା କାରଣରୁ ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରାଯିବାର ହୀନ ଷଡଯନ୍ତ୍ର ରଚାଯାଉଛି । ବଲାଙ୍ଗୀର, କଳାହାଣ୍ଡି ଏବଂ ନୂଆପଡା ପୋଲିସ ମିଳିତ ଭାବେ ମୁଖ୍ୟ ଅଭିଯୁକ୍ତ ଶ୍ରୀ ସାହୁଙ୍କୁ ଗିରଫ କରିବା ଏବଂ ପରେ ଥାନାରୁ ଶ୍ରୀ ସାହୁ ଖସି ପଳାଇବା ସମସ୍ତଙ୍କୁ ଆଚମ୍ବିତ କରିଛି । ଶ୍ରୀ ସାହୁ ନିଜ ଘନିଷ୍ଟ ସହଯୋଗୀ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସହାୟତାରେ ଖସି ଯାଇ ସମସ୍ତ ତଥ୍ୟପ୍ରମାଣକୁ ନଷ୍ଟ କରିବାର ପ୍ରୟାସ ଆରମ୍ଭ କରିଦେଇଛନ୍ତି ବୋଲି ଜିଲ୍ଲା ସଭାପତି ଶ୍ରୀ ବାବୁ ସିଂ କହିଛନ୍ତି ।
‘ମାଁ କୁ ସମ୍ମାନ’ର ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି କ୍ଷମତାର ଅପବ୍ୟବହାର କରୁଥିବା ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ତୁରନ୍ତ ନିଜ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ । ଏଥି ସହ ଏଭଳି କୁତ୍ସିତ ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉପଯୁକ୍ତ ଦଣ୍ଡ ପ୍ରଦାନ କରିବାକୁ ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଯଥାଶୀଘ ବିହିତ ପଦକ୍ଷେପ ଗ୍ରହଣ ନକଲେ ବିଜେପି ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି କହିଛନ୍ତି ।
ଜିଲ୍ଲା ବିଜେପି ତରଫରୁ ଆଜି ମାଷ୍ଟର କ୍ୟାଂଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ରାଜ୍ୟ ରାଜେନ୍ଦ୍ର ପଣ୍ଡା, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ହରେକୃଷ୍ନ ଖୁଂଟିଆ, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନ, ରାଜ୍ୟ ଯୁବ ମୋର୍ଚ୍ଚା ସମ୍ପାଦକ ମନୋଜ ପଶ୍ଚିମ କବାଟ ,ଜିଲ୍ଲା ଉପ ସଭାପତି ବିଭାସ ସେନଗୁପ୍ତା, ନିରଞ୍ଜନ ରାଉତରାୟ, ମାନଶୀ ରାୟ,ଶିବ ବେହେରା,ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ୟ୍ୟ, ହିମାଂଶୁ ଶେଖର ଛୋଟରାୟ, ଦିଲ୍ଲୀପ ବେହେରା,ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି,ଜିଲ୍ଲା ସମ୍ପାଦକ ଉର୍ଣ୍ଣତି ପରିଡ଼ା, ତାପସ ଦଳାଇ, ରାଜେନ୍ଦ୍ର ନାୟକ,ଜିଲ୍ଲା ମଣ୍ଡଳ ସଭାପତି ସନ୍ତୋଷ ଜେନା, ରାମଚନ୍ଦ୍ର ରଣସିଂହ,ସୁରେନ୍ଦ୍ର ପ୍ରଧାନ, ଅମରଜ୍ଵତି ଜଗଦ୍ଦେବ, ଅଞ୍ଜନ ନାଥ, ଦାମଦୋର ବେହେରା,ବିଜୟ ରାଉତ ଜିତେନ୍ଦ୍ର ମହାନ୍ତି, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ବିକ୍ରମ ପ୍ରଧାନ, ଜିଲ୍ଲା କାର୍ୟ୍ୟକର୍ତା ଶରତ ଜେନା,ସତରୁପା ମିଶ୍ର, ସୁମିତ୍ରା ଆଚାର୍ୟ୍ୟ, ସୁଭାସିନୀ ବଳ, ସବିତା ପଟ୍ଟନାୟକ, ବସନ୍ତ ରାଉତ, ମନରଞ୍ଜନ ସ୍ବାଇଁ,ଉପସ୍ଥିତ ଥିଲେ ।